ଭାରସାମ୍ୟ ହରାଇ ୬୦ ଫୁଟ୍ ତଳକୁ ଖସିଲା ଆମ୍ବୁଲାନ୍ସ, ଗଛରେ ଲଟକି ରହିବାରୁ ବଞ୍ଚିଗଲା ୩ ଜୀବନ

Published By : Prameya-News7 Bureau | March 28, 2025 IST

ଉଦଳା ୨୮/୩: ରୋଗୀଙ୍କୁ ଛାଡି ଫେରୁଥିଲା ଆମ୍ବୁଲାନ୍ସ । ହଠାତ ଭାରସାମ୍ୟ ହରାଇ ୬୦ ଫୁଟ୍‌ ତଳକୁ ଖସି ପଡିଲା । ଆଉ ବାଡେଇ ହୋଇ ଗଛରେ ଲଟକି ରହିଲା । ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଆମ୍ବୁଲାନ୍ସରେ ଥିବା ୩ କର୍ମଚାରୀ । ଗୁରୁବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନ ପୋଲରେ ଘଟିଛି ଦୁର୍ଘଟଣା । 

ଉଦଳା ଥାନା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୩ କର୍ମଚାରୀ ୧୦୮ ଆମ୍ବୁଲାନ୍ସରେ କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ବର ଜିଲ୍ଲା ମେଡିକାଲକୁ ଯାଇଥିଲେ । ରାତି ୨ଟାରେ ବାଲେଶ୍ବରରେ ରୋଗୀଙ୍କୁ ଛାଡି ନୀଳଗିରି-କପ୍ତିପଦା ହୋଇ ଶ୍ରୀରାମଚନ୍ଦ୍ରପୁର ଫେରୁଥିଲା ଆମ୍ବୁଲାନ୍ସ ।ଭୋର ସମୟରେ ଭାରସାମ୍ୟ ହରାଇ ସୋନ ପୋଲରୁ ତଳକୁ ଖସି ଯାଇଥିଲା ଆମ୍ବୁଲାନ୍ସ ।

 

ତେବେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲରୁ ୬୦ ଫୁଟ୍ ତଳକୁ ଖସୁଥିବାବେଳେ ଏକ ବଡ ଗଛରେ ବାଡେଇ ହୋଇ ଅଟକିବା ସହ ଝୁଲି ରହିଥିଲା । ଆମ୍ବୁଲାନ୍ସ ଭିତରେ ଥିବା ଡ୍ରାଇଭର,ହେଲ୍‌ପର ଓ ଫାର୍ମାସିଷ୍ଟଙ୍କର କୌଣସି କ୍ଷତି ହୋଇନି । ତେବେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.