ପୁରୀ ୨୫।୧: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟରେ ଦୁର୍ଘଟଣା । ଟ୍ରକ୍କୁ ଧକ୍କା ଦେଲା ମୋ ବସ୍ । ବାଲି ବୋଝେଇ ଟ୍ରକ୍କୁ ଧକ୍କା ଦେଲା ମୋ ବସ୍ । ଦୁର୍ଘଟଣାରେ ମୋ ବସ୍ରେ ଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା । ବାଲି ବୋଝେଇ ଟ୍ରକ୍କୁ ଧକ୍କା ଦେଲା ମୋ ବସ୍। ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏକ ବାଲି ବୋଝେଇ ଟିପ୍ପରର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିଲା । ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ମୋ ବସ୍ ଟିପ୍ପରକୁ ପଛପଟୁ ଧକ୍କା ଦେଇଥିଲା । ଏହା ପଛରେ ଥିବା ଏକ ଯାତ୍ରୀବାହୀ ଓ୍ବିଙ୍ଗର ଗାଡି ମୋ ବସ୍ କୁ ଧକ୍କା ଦେଇଥିଲା । ଫଳରେ ମୋ ବସ୍ ରେ ଥିବା ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସହ ଓ୍ବିଙ୍ଗରରେ ଥିବା ଗୋରଖପୁର ଓ ଟାଟା ଅଞ୍ଚଳର ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିଥିବା ବେଳେ ସମସ୍ତ ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସିରିଜ୍ ଦୁର୍ଘଟଣା ଯୋଗୁଁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ଚନ୍ଦନପୁର ଓ ସଦର ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆସିଥିବା ଆହତ ମାନଙ୍କୁ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
You Can Read:
ଷ୍ଟଡି ଟୁର୍ରେ ଆସିଥିବା ବେଳେ ଅଘଟଣ, ସମୁଦ୍ରରେ ବୁଡି ଛାତ୍ରଙ୍କ ମୃତ୍ୟୁ