ଦୀପିକା-ରଣଭୀରଙ୍କୁ ଭେଟିବାକୁ ପହଞ୍ଚିଲେ ଶାହରୁଖ ଖାନ, ସାମ୍ନାକୁ ଆସିଲା ଭିଡିଓ

Published By : Prameya-News7 Bureau | September 13, 2024 IST

ମୁମ୍ଵାଇ ୧୩।୦୯: ବଲିଉଡ୍‌ର ପାୱାରଫୁଲ୍‌ କପଲ । ଦୀପିକା ପାଦୁକୋନ ଏବଂ ରଣଭୀର ସିଂ।ବର୍ତ୍ତମାନ ତାଙ୍କ ଘରେ ଖୁସିର ମାହୋଲ। ନିକଟରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏବେ ସେ ବର୍ତ୍ତମାନ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଅଛନ୍ତି । ଇଣ୍ଡଷ୍ଟ୍ରିର ସମସ୍ତ ଚଳଚ୍ଚିତ୍ର କଳାକାରଙ୍କ ଦୀପିକା ଏବଂ ରଣଭୀରଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ବର୍ତ୍ତମାନ ଦୀପିକାଙ୍କ ଘନିଷ୍ଠ ବନ୍ଧୁ ତଥା ସୁପରଷ୍ଟାର ଶାହରୁଖ ଖାନ ମଧ୍ୟ ତାଙ୍କୁ ଭେଟିବାକୁ ଆସିଥିଲେ। ଗୁରୁବାର ବିଳମ୍ବିତ ରାତିରେ ମୁମ୍ବାଇର ଏହି ଡାକ୍ତରଖାନାରେ ଶାହରୁଖଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ କିଙ୍ଗ ଖାନ ସୋସିଆଲ ମିଡିଆରେ ନୁହେଁ ବରଂ ବ୍ୟକ୍ତିଗତ ଭାବେ ଏହି ଅଭିନନ୍ଦନ ଜଣାଇଛନ୍ତି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଅଭିନେତା ଦୀପିକା ଏବଂ ରଣଭୀରଙ୍କୁ ଭେଟିବାକୁ ଆସିଛନ୍ତି। ଶାହରୁଖଙ୍କ ପୂର୍ବରୁ ଦେଶର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀ ମଧ୍ୟ ଦୀପିକା ଏବଂ ତାଙ୍କ ରାଜକୁମାରୀଙ୍କୁ ଭେଟିବା ପାଇଁ ଡାକ୍ତରଖାନା ଆସିଥିଲେ।

ଏହି ଚଳଚ୍ଚିତ୍ର ଗୁଡ଼ିକରେ ନଜର ଆସିଛନ୍ତି ଶାହରୁଖ-ଦୀପିକାଙ୍କ ଯୋଡି 

ଜଣେ ଅଭିନେତ୍ରୀ ଭାବରେ ଦୀପିକା ପାଦୁକୋନ ଶାହାରୁଖ ଖାନଙ୍କ ଫିଲ୍ମ ଓମ ଶାନ୍ତି ଓମ ସହିତ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ। ଏହା ପରେ ସେ ଚେନ୍ନାଇ ଏକ୍ସପ୍ରେସ, ହାପି ନ୍ୟୁ ଇୟର, ପଠାନ ଏବଂ ଜୱାନ ଭଳି କିଙ୍ଗ ଖାନଙ୍କ ସହ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.