HCLTech Succession: ନିଜ ସମ୍ପତ୍ତିର ୪୭% ଅଂଶଧନ ଝିଅଙ୍କ ନାଁକୁ ଟ୍ରାନ୍ସଫର କଲେ ଶିବ ନାଦର

Published By : Prameya-News7 Bureau | March 09, 2025 IST

internet

ନୂଆଦିଲ୍ଲୀଭାରତର ଅଗ୍ରଣୀ ଆଇଟି କମ୍ପାନୀ ଏଚ୍‌ସିଏଲ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର ତାଙ୍କ ଝିଅଙ୍କ ନାଁରେ କମ୍ପାନୀର ୪୭ ପ୍ରତିଶତ ଶେୟାର ଟ୍ରାନ୍ସଫର କରିଛନ୍ତି। ଏଚସିଏଲ୍ କର୍ପ ଏବଂ ଭାମା ଦିଲ୍ଲୀରେ ୪୭ ପ୍ରତିଶତ ଶେୟାର ଝିଅ ରୋଶନି ନାଦର ମଲହୋତ୍ରାଙ୍କୁ ଉତ୍ତରାଧିକାରୀ ଭାବେ ଉପହାର ଦେଇଛନ୍ତି ଶିବ ନାଦର। ଶେୟାର ସ୍ଥାନାନ୍ତର ପରେ ଏଚ୍‌ସିଏଲ ଟେକ୍ନୋଲୋଜିର ସବୁଠାରୁ ବଡ଼ ସେୟାରହୋଲ୍ଡର ହୋଇଛନ୍ତି ରୋଶନୀ।
ଷ୍ଟକ୍ ଏକ୍ସଚେଞ୍ଜରେ ଦାଖଲ ହୋଇଥିବା ରେଗୁଲେଟୋରି ଫାଇଲିଂରେ ଏଚ୍‌ସିଏଲ୍ ଟେକ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ୬ ମାର୍ଚ୍ଚ, ୨୦୨୫ରେ ଶିବ ନାଦର ତାଙ୍କ ଝିଅ ରୋଶନି ନାଦର ମାଲହୋତ୍ରାଙ୍କ ସପକ୍ଷରେ ଦୁଇଟି ଗିଫ୍ଟ ଡିଡ୍ ଏକ୍‌ଜିକ୍ୟୁଟିଭ୍ କରିଛନ୍ତି । ପ୍ରଥମ ଗିଫ୍ଟ ଡିଡ୍‌ରେ ଶିବ ନାଦର ଭାମା ସୁନ୍ଦରୀ ଇନଭେଷ୍ଟମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଭାମା ଦିଲ୍ଲୀ)ରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ରୋଶନି ନାଦର ମାଲହୋତ୍ରାଙ୍କୁ ଉପହାର ଭାବରେ ହସ୍ତାନ୍ତର କରିଥିଲେ। ଦ୍ୱିତୀୟ ଡିଡ୍‌ରେ, ଏଚସିଏଲର କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ତାଙ୍କ ଝିଅକୁ ହସ୍ତାନ୍ତର କରିଛନ୍ତି।

ପଢନ୍ତୁ- ପାର୍ଲେ-ଜୀର ୯୬ ବର୍ଷର ସ୍ୱାଭିମାନ ଯାତ୍ରା: ବ୍ରିଟିସ ସରକାରଙ୍କୁ ଚ୍ୟାଲେଞ୍ଜ୍ ଦେଇ ଚକୋଲେଟ୍‌ରୁ କେମିତି ହେଲା ବିଶ୍ୱର ଟପ୍‌ ବିସ୍କୁଟ୍ ବ୍ରାଣ୍ଡ୍ ?

ଫାଇଲିଂରେ କୁହାଯାଇଛି "ଶିବ ନାଦର ପରିବାର ଦ୍ୱାରା ଉତ୍ତରାଧିକାରୀକୁ ସୁବ୍ୟବସ୍ଥିତ କରିବା, ସ୍ଥିରତା ଓ ନିୟନ୍ତ୍ରଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏକ ନିଜସ୍ୱ ପାରିବାରିକ ବ୍ୟବସ୍ଥା ମୁତାବକ ଗିଫ୍ଟ ଡିଡ୍‌ ଏକ୍‌ଜିକ୍ୟୁଟିଭ୍ କରାଯାଇଛି। ଏଚ୍‌ସିଏଲ୍ ଟେକ୍ନୋଲୋଜୀର ଏହି ବୁଝାମଣା ସହିତ କୌଣସି ସମ୍ପର୍କ ନାହିଁ।" 

ସମ୍ପତ୍ତି ହସ୍ତାନ୍ତରର ଏହି ପ୍ରକ୍ରିୟାକୁ ସୁବିଧାଜନକ କରିବା ପାଇଁ ଷ୍ଟକ୍ ମାର୍କେଟ ନିୟାମକ SEBI ରୋଶନି ନାଦର ମାଲହୋତ୍ରାଙ୍କୁ ଓପନ ଅଫର ଦେବାକୁ ସୁଯୋଗ ଦେଇଛନ୍ତି। ଏହି ସ୍ଥାନାନ୍ତର ପୂର୍ବରୁ, ଭାମା ଦିଲ୍ଲୀ ଏବଂ ଏଚ୍‌ସିଏଲ୍ କର୍ପରେ ଶିବ ନାଦରଙ୍କର ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ରୋଶନିଙ୍କ ପାଖରେ ୧୦.୩୩ ପ୍ରତିଶତ ଅଂଶଧନ ଥିଲା। ରୋଶନି ନାଦର ମାଲହୋତ୍ରା ଜୁଲାଇ ୨୦୨୦ରୁ ଏଚ୍‌ସିଏଲ୍‌ର ଟେକର ଅଧ୍ୟକ୍ଷ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.