ଲିଙ୍ଗରାଜ ମନ୍ଦିରରେ ଶିଳ୍ପା ସେଟ୍ଟୀଙ୍କ ସହ ଫଟୋ ଭାଇରାଲ୍ : ମନ୍ଦିର ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ୍

Published By : Prameya-News7 Bureau | October 29, 2024 IST

ଭୁବନେଶ୍ବର ୨୯।୧୦: ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବେଢ଼ାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ଫଟୋ ଭାଇରାଲ୍ ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ୍ । ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ୩ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ । ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୋ କଜ୍ ନୋଟିସ । ସୂଚନା ଦେଲେ ଏଡିଏମ୍ ରୁଦ୍ରନାରାୟଣ ମହାନ୍ତି ।

ସେପଟେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଫଟୋ ଉଠାଇବାକୁ ନେଇ ନିନ୍ଦା କଲେ ଅନ୍ୟ ସେବାୟତ । ମନ୍ଦିର ଭିତରେ ଫଟୋ ଉଠାଇବା ସେବାୟତଙ୍କ ଭୁଲ୍ । ସେବାୟତ ମାନେ ନିୟମ ମାନିବା ଦରକାର । ଶିଳ୍ପା ସେଟ୍ଟୀ ନିୟମ ଜାଣିନାହାନ୍ତି କିନ୍ତୁ ତାଙ୍କ ସାଙ୍ଗରେ ଥିବା ସେବାୟତ ନିୟମ ଜାଣିଛନ୍ତି । ସେ ଅବଗତ କରାଇବା ଦରକାର । ସେବାୟତ ସଚେତନ ହେବା ଦରକାର । ବାରମ୍ବାର ଏମିତି ଘଟଣା ହେଉଛି । ମନ୍ଦିର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଲିଙ୍ଗରାଜ ମନ୍ଦିର ବ୍ରହ୍ମାଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି । 

ସେହିଭଳି ଲିଙ୍ଗରାଜ ମନ୍ଦିର ଭିତରେ ବଲିଉଡ୍ ଅଭିନେତ୍ରୀଙ୍କ ଫଟୋ ଓ ଭିଡଓ ଭାଇରାଲ୍ ଘଟଣାକୁ ଦୃଢ ନିନ୍ଦା କଲେ ଏକାମ୍ର ବିଧାୟକ ବାବୁ ସିଂ । କିଏ କେମିତି ଫଟୋ ଉଠାଇଲା ତାର ତଦନ୍ତ ହେବ । ମନ୍ଦିରର ନୀତି ନିୟମକୁ ନମାନି କିଭଳି ସୁପରିଟେଣ୍ଡେଣ୍ଟ ଫଟୋ ଉଠାଇଲେ । ତଦନ୍ତ ହେଲା ପରେ ହିଁ ଦୋଷୀ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । 

You Can Read:

ଓଡିଶାରେ ଗୋଟିଏ ଦଳ ହିଁ ରହିବ, ଆଉ ବିଜେଡିର ସ୍ଥାନ ନାହିଁ : କୃଷ୍ଣଚନ୍ଦ୍ର ପାତ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.