ମହିଳା କନେଷ୍ଟବଳଙ୍କୁ ହତ୍ୟା ଘଟଣା : ସୁସ୍ଥ ହେବା ପରେ ଜେଲ୍ ଯିବ ଅଭିଯୁକ୍ତ ସ୍ବାମୀ

Published By : Prameya-News7 Bureau | December 26, 2024 IST

କଟକ ୨୬।୧୨: ବୁଧବାର କଟକରେ ମହିଳା କନେଷ୍ଟବଳଙ୍କୁ ତାଙ୍କ ସ୍ବାମୀ ଛୁରୀରେ ମାରି ହତ୍ୟା କରିବା ଓ ପରେ ନିଜେ ମଧ୍ୟ ବେକକୁ ଛୁରୀରେ କାଟି ଆତ୍ମହତ୍ୟା କରିବା ଘଟଣାରେ ଅଭିଯୁକ୍ତ ସ୍ବାମୀ ବିଶ୍ୱଜିତ ମଲିକର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଜୋନ୍ ୩ ଏସିପିଓ ଲାଲବାଗ ଥାନା ଅଧିକାରୀ ମେଡିକାଲରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ବୁଝି ଦେଖିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ତେବେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବାରୁ ତାଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ଦେବାକୁ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଅନୁରୋଧ କରିଛନ୍ତି । ଚିକତ୍ସିତ ହେଉଥିବା ଅଭିଯୁକ୍ତ ସ୍ବାମୀ ବିଶ୍ୱଜିତକୁ ପୋଲିସ ଜଗି ରହିଛି । ତେବେ ସୁସ୍ଥ ହେବା ପରେ ତାକୁ ଜେଲ୍ ହାଜତକୁ ପଠାଯିବ। 

ଅନ୍ୟପଟେ ବୁଧବାର ରାତିରେ ମୃତ କନେଷ୍ଟବଳ ବିଷ୍ଣୁପ୍ରିୟା ଭାଇଙ୍କ ଅଭିଯୋଗ ମୁତାବକ ଏକ ମାମଲା ରୁଜୁ କରିଛି । ଏଥିସହ ପୋଲିସ ହେପାଜତରେ ଥିବା ମୃତ କନେଷ୍ଟବଳଙ୍କ ୫ ବର୍ଷର ଝିଅକୁ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରିଥିବା ଜୋନ୍‌ ୩ ଏସିପି କହିଛନ୍ତି ।

You Can Read:

ଦାଉ ସାଧିଲା ଅଦିନିଆ ବର୍ଷା, ଚାଷ ଜମିରେ ପଡ଼ି ପଡ଼ି ଗଜା ହେଲାଣି ଧାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.