ଭଦ୍ରକ: ଭଦ୍ରକ ଅଶାନ୍ତ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ସେପ୍ଟେମ୍ୱର୨୭ ରୁ ହିଂସାକାଣ୍ଡ ପର ଠାରୁ ଫେରାର ଥିଲା ଅଭିଯୁକ୍ତ । ଅନ୍ୟ କେସରେ ଜାମିନ ପାଇଁ ଆସିଥିବା ବେଳେ ମାଡ଼ି ବସିଲା ପୋଲିସ ।
ପୋଲିସ ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୨୭ ତାରିଖରେ ପୋଲିସର ବିନା ଅନୁମତି ରେ ନଙ୍ଗାମହଲା ଅଞ୍ଚଳର ଫିର୍ଦ୍ଦୋସ୍ ଖାନ କେତେକ ଯୁବକଙ୍କୁ ଏକାଠି କରି ଶୋଭାଯାତ୍ରାରେ ସହର ମଧ୍ୟ କୁ ପ୍ରବେଶ କରିଥିଲା । ପୋଲିସ ଅଟକାଇବା ବେଳେ ଯୁବକ ମାନେ ପୋଲିସ ଉପରକୁ ପଥର ମାଡ କରିବା ସହ ମାଜିଷ୍ଟ୍ରେଟଙ୍କ ଗାଡ଼ି ଭଙ୍ଗିଥିଲେ । ଏହି ପଥର ମାଡ ରେ ଭଦ୍ରକ ଟାଉନ ଥାନା ର ଏ ଏସ ଆଇ ରୋଜନ ମୁର୍ମୁ ଗୁରୁତର ହୋଇଥିବା ବେଳେ ଟାଉନ୍ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ , ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ମଧ୍ୟ ଆହତ ହୋଇଥିଲେ ।
Also read: ରଘୁବର ଦାସଙ୍କ ଇସ୍ତଫା, କେ ହରି ବାବୁ ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ
ପରେ ଭଦ୍ରକ ସହର ସହ ପୁରୁଣା ବଜାର ଅଞ୍ଚଳ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି କରିବା ସହ ରାପିଡ ଆକ୍ସନ ଫୋର୍ସ ମୃତୟନ ହୋଇଥିଲେ । ଘଟଣାରେ ଗିରଫଦାରୀ ଚାଲିଥିବା ବେଳେ ଫର୍ଦ୍ଦୋସ ଖାନ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ଅଞ୍ଚଳରେ ଲୁଚି ଥିଲା । ତେବେ ଅନ୍ୟ ଏକ କେସରେ ଜାମିନ ପାଇଁ ଆସିଥିବା ବେଳେ ପୋଲିସ ଟିମ ଫାର୍ଦ୍ଦୋସ ଖାନକୁ ଗିରଫ କରିଛି । ଫର୍ଦ୍ଦୋସ୍ ନାମରେ ଏକାଧିକ କେସ ସହ ବିଭିନ୍ନ କେସର ୱାରେଣ୍ଟ ରହିଥିବା ପୋଲିସ ସୂଚନା ଦେଇଛି ।