ଭୁବନେଶ୍ବର ୨୫।୧୨: ଚିଟ୍ଫଣ୍ଡ ଟଙ୍କା ଫେରାଇବା ନେଇ ଚିନ୍ତା କରାଯାଉଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଖୁବ୍ଶୀଘ୍ର ସେ ବାବଦରେ ନୀତିଗତ ନିଷ୍ପତ୍ତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ସମ୍ପୂର୍ଣ୍ଣ କରାଯିବ । କମିଶନ ରିପୋର୍ଟ ସାର୍ବଜନୀନ କରାଯିବ କି ପ୍ରଶ୍ନରେ ମନମୋହନ ସୂଚନା ଦେଇଛନ୍ତି ଯେ, ସରକାର ତା ଉପରେ ଅନୁଧ୍ୟାନ କରୁଛନ୍ତି । ରିପୋର୍ଟ କେମିତି ଉପସ୍ଥାପନ କରାଯିବ ସରକାର ଚିନ୍ତା କରୁଛନ୍ତି । ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ଵ ଥିଲା କଲେ ନାହିଁ । ଏ ସରକାର ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି ମନମୋହନ କହିଛନ୍ତି ।
ମନମୋହନ ରଖିଥିବା ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଚିଟ୍ଫଣ୍ଡ କଥା ବିଚାର କରୁ କରୁ ସରକାର ସରିଯାଇଥିବ । ସରକାର ବହୁତ କଥା ବିଚାର କରୁଛନ୍ତି ଆକ୍ସନ କାହିଁକି ନେଉନାହାନ୍ତି । ସରକାର ଆଇନର ପ୍ରୟୋଗ କରନ୍ତୁ । କେବଳ ମାଇକ୍ ଲଗାଇ ଭାଷଣ ଦେଲେ ଡ୍ୟୁଟି ସରିଯାଏ ନାହିଁ ।
ପୂର୍ବ ସରକାର ଦାୟିତ୍ଵ କଥା କହି କେତେଦିନ ଫାଙ୍କା ମାରିବ । ସରକାର ଗଠନକୁ ୬ ମାସ ବିତି ଯାଇଛି । ବହୁ କଥା କଥାରେ ରହିଯାଇଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
You Can Read: