ଓଦା ଧାନକୁ ତଦାରଖ କରି କ୍ଷତିପୂରଣ କଥା ଚିନ୍ତା କରିବେ ସରକାର : ସମବାୟ ମନ୍ତ୍ରୀ

Published By : Prameya-News7 Bureau | December 21, 2024 IST

ଭୁବନେଶ୍ବର ୨୧।୧୨: ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ବେହାଲ ହେଲାଣି ସ୍ଥିତି । ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ । ଧାନ ବିଲରେ ପଡିଛି ଧାନ । କେଉଁଠି ମଣ୍ଡି ଖୋଲିନି ତ ଆଉ କେଉଁଠି ଅବ୍ୟବସ୍ଥା । ଏଭଳି ସ୍ଥିତିରେ ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ମଣ୍ଡିରେ ବି ଧାନ ଓଦା ହେବାର ସମ୍ଭବନା ରହିଥିବାରୁ ଚାଷୀକୁ ଘାରିଛି ଚିନ୍ତା । ଚାଷୀ କରିବ ତ କ’ଣ କରିବ ଏବେ ଚିନ୍ତାରେ ପଡ଼ିଛି । 

ଏଭଳି ସ୍ଥିତିରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି, ରାଜ୍ୟରେ ଲଘୁଚାପଜନିତ ବର୍ଷା ହେଉଛି । ବିଲରେ ଧାନ ଗଜା ହେବାର ସମ୍ଭାବନା ରହିଛି । ହେଲେ ମଣ୍ଡିରେ ଧାନ ଓଦା ହେବାର ସମ୍ଭାବନା କମ୍ । କାରଣ ମଣ୍ଡିରେ ପର୍ଯ୍ୟାପ୍ତ ପରିମାଣର ପାଲ ଦିଆଯାଇଛି । ତେବେ ଚାଷୀଙ୍କର ଓଦା ହୋଇଥିବା ଧାନକୁ ତଦାରଖ କରି କ୍ଷତିପୂରଣ କଥା ରାଜ୍ୟ ସରକାର ଚିନ୍ତା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଧାନ ଶୁଖିଲା ପରେ ପୁଣି ମଣ୍ଡିକୁ ଆସିବ । ଖରା ଦେଇ ଧାନ ଶୁଖାଇବା ପରେ ପୁଣି ଗ୍ରହଣ କରିବ ସମବାୟ ବିଭାଗ । ମଣ୍ଡି ଫେବୃଆରୀ ଯାଏଁ ଖୋଲା ରହିଛି ବୋଲି ମନ୍ତ୍ରୀ କହିଥିବା ବେଳେ ବର୍ଷା ଛାଡ଼ିଗଲା ପରେ ଯାହା ହେବ ବୋଲି କହିଛନ୍ତି ।

You Can Read:

ସ୍ତ୍ରୀର ଗଳାକାଟି କାହିଁକି ମାରିଲା ସ୍ବାମୀ ? ଘରୁ ମିଳିଲା ମହିଳାଙ୍କ ମୃତଦେହ, ଅଭିଯୁକ୍ତ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.