ରାସ୍ତାରେ ଜଳିଗଲା ପିକ୍‌ଅପ୍ ଭ୍ୟାନ୍, ଅଳ୍ପକେ ବର୍ତ୍ତିଗଲେ ଡ଼୍ରାଇଭର

Published By : Prameya-News7 Bureau | March 10, 2025 IST

ଭୁବନେଶ୍ବର ୧୦।୩: ରାସ୍ତାରେ ଜଳିଗଲା ପିକ୍‌ଅପ୍‌ ଭ୍ୟାନ୍ । ଅଳ୍ପକେ ବର୍ତ୍ତିଯାଇଛନ୍ତି ପିକ୍‌ଅପ୍‌ ଡ୍ରାଇଭର । ଭୁବନେଶ୍ବର ରସୁଲଗଡ଼ ଛକ ନିକଟରେ ଏଭଳି ଅଘଟଣ ଘଟିଛି । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ପଳାଶୁଣୀ ଛକ ଓଭରବ୍ରିଜ୍ ତଳ ରାସ୍ତା ଦେଇ ରସୁଲଗଡ଼ ଯାଉଥିବା ବେଳେ ଜଳିଯାଇଛି ପିକ୍‌ଅପ୍ ଭ୍ୟାନ୍ । ସର୍ଟ ସର୍କିଟ୍ ଯୋଗୁ ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଭଳି ଅଘଟଣରୁ ପିକ୍‌ଅପ୍ ଭ୍ୟାନ୍‌ର ଡ଼୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା । 

You Can Read:

ସିରିଜ୍ ଦୁର୍ଘଟଣା : ବ୍ରେକ୍‌ ଫେଲ୍ ହେବାରୁ କାର୍ ଓ ବାଇକ୍‌କୁ ଧକ୍କା ଦେଲା ଟାଟା ଏସିଇ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.