ସିରିଜ୍ ଦୁର୍ଘଟଣା : ବ୍ରେକ୍‌ ଫେଲ୍ ହେବାରୁ କାର୍ ଓ ବାଇକ୍‌କୁ ଧକ୍କା ଦେଲା ଟାଟା ଏସିଇ

Published By : Prameya-News7 Bureau | March 10, 2025 IST

Breaking_2

କଟକ ୧୦: କଟକରେ ସିରିଜ୍ ଦୁର୍ଘଟଣା । ଗୋଟିଏ କାର୍ ଓ ଦୁଇଟି ବାଇକ୍‌କୁ ଧକ୍କା ଦେଲା ଟାଟା ଏସିଇ । ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, କଟକ ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟାଇଛି ଟାଟା ଏସିଇ ଗାଡ଼ି । ଗୋଟିଏ କାର୍ ଓ ଦୁଇଟି ବାଇକ୍‌କୁ ଧକ୍କା ଦେଇଛି । ଏହି ସିରିଜ୍ ଦୁର୍ଘଟଣା ଫଳରେ ଜଣେ ବାଇକ୍ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

ତେବେ ଟାଟା ଏସିଇ ଗାଡ଼ିର ବ୍ରେକ୍ ଫେଲ୍‌ ହେବା ଯୋଗୁଁ ଏଭଳି ସିରିଜ୍ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ କଣ୍ଟ୍ରୋଲ କରିଥିଲା । ଦୁର୍ଘଟଣା ଗାଡ଼ି ଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ।

You Can Read:

ମାନବିକତା ଭୁଲିଗଲେ ପ୍ରଧାନ ଶିକ୍ଷୟିତ୍ରୀ, ଅଣଶୁଦ୍ଧିଆ ବୋଲି ବସାଇଦେଲେ ବାହାରେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.