୧୦୦ କୋଟି ବ୍ୟାଙ୍କ୍‌ ଠକେଇ ମାମଲାରେ ଫସିଲେ ଅଲ୍ଲୁ ଅର୍ଜୁନଙ୍କ ବାପା, ପଚରାଉଚରା କରିବ ଇଡି

Published By : Prameya-News7 Bureau | July 06, 2025 IST

ହାଇଦ୍ରାବାଦ୦୬।୦୭: ପାନ୍‌ ଇଣ୍ଡିଆ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବାପା ଓ ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ମନି ଲଣ୍ଡ୍ରିଂ ଓ ବ୍ୟାଙ୍କ୍‌ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି । ଇଡି ଗତ ଶୁକ୍ରବାର ହାଇଦ୍ରାବାଦରେ ତାଙ୍କୁ ୩ ଘଣ୍ଟା ପଚରାଉଚରା କରିଛି । ୧୦୧.୪ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ଓ ମନି ଲଣ୍ଡ୍ରିଂ ମାମଲାକୁ ନେଇ ପଚରାଉଚରା ହୋଇଥିଲା । ଏ ମାମଲା ଦୁଇଟି କମ୍ପାନି- ରାମକୃଷ୍ଣ ଇଲେକ୍ଟ୍ରୋନିକ୍ସ ଓ ରାମକୃଷ ଟେଲିଟ୍ରନିକ୍ସ ସହ ଜଡ଼ିତ । 

ତେବେ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଅଲ୍ଲୁ ଅରବିନ୍ଦ ଗଣମାଧ୍ୟମ ସହ କଥା ହେଲେ । ସେ କହିଲେ, ୨୦୧୭ରେ ସେ ଏକ ସମ୍ପତ୍ତି କିଣିଥିଲେ । ମାମଲା ତା’ରି ସହ ସମ୍ପୃକ୍ତ । ଗ୍ରେଟ୍‌ ଆନ୍ଧ୍ରା ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ସେ କହିଛନ୍ତି ‘ମୁଁ ଆଇନକୁ ସମ୍ମାନ କରୁଥିବା ଜଣେ ନାଗରିକ । ଯାଞ୍ଚ୍‌ ଠିକ୍‌ରେ ଆଗକୁ ଯାଉ, ସେଥିପାଇଁ ମୁଁ ଇଡିକୁ ସହଯୋଗ କରୁଛି । ଏବେ ଏଜେନ୍ସି ଯାଞ୍ଚ୍‌ କରୁଥିବାରୁ ମାମଲା ସମ୍ପର୍କିତ ତଥ୍ୟ ଦେଇପାରିବେ ନାହିଁ ବୋଲି ସେ କହିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.