ଅନ୍ୟ ଜାତିରେ ବିବାହ , ୧୨ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

Published By : Prameya-News7 Bureau | March 14, 2025 IST

ଉମରକୋଟ: ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିବା ମହଙ୍ଗା ପଡ଼ିଲା। ବିବାହ କରି ବାସନ୍ଦ ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ। ୧୨ ବର୍ଷ ପାଇଁ ନିଜ ଜାତିର ସମାଜିକ ବାସନ୍ଦର ଶିକାର ହେଲେ ପ୍ରଦୀପ  ମାଝୀ ଓ ତାଙ୍କ ପରିବାର। ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟି, ଧାମନାଗୁଡା  ଠାରେ ଅନୁଷ୍ଠିତ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। 

ସୂଚନା ଅନୁଯାୟୀ, ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ଚଳିତ ମାସ ୧୧ ତାରିଖରେ ଗୋଆ ଠାରେ କେନ୍ଦ୍ରାପଡା ଜିଲ୍ଲାର ସଂଗୀତା ସାହୁ ନାମକ ଯୁବତୀ ସହ ବହୁ ଆଡମ୍ବର ସହିତ ବାହା ହୋଇଥିଲେ। କିନ୍ତୁ ଏହି ବିବାହଟି ଭତ୍ରା ସମାଜକୁ ପସନ୍ଦ ନାହିଁ। କାରଣ ସଂଗୀତା ସାହୁ ଅନ୍ୟ ସମାଜର ଅଟନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ଜିଲ୍ଲାର ଭତ୍ରା ସମାଜର ବରିଷ୍ଠ ବ୍ୟକ୍ତି ମାନେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧାମନାଗୁଡାରେ ଥିବା ମାଁ ଦନ୍ତେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକର ଆୟୋଜନ କରାଯାଇଥିଲା।

Also read: 'କ୍ଷମା ମାଗିବା ମୋ ପାଇଁ ବଡ ନୁହେଁ, କିନ୍ତୁ ଦାବି ପୂରଣ ନହେବା ଯାଏଁ ଶୁଣିବିନି'

ଏହି ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ ମାଝୀ ଏବଂ ତାଙ୍କ ପିତା, ଭାଇ ଭଉଣୀ ସମସ୍ତ ପରିବାରକୁ ୧୨ ବର୍ଷ ପର୍ଯ୍ୟନ୍ତ ଭତ୍ରା ସମାଜରୁ ବାସନ୍ଦ କରିଥିବା ନିଷ୍ପତ୍ତି ନିଆଯାଇଥିଲା। ୧୨ ବର୍ଷ ପର୍ଯ୍ୟନ୍ତ ଭତ୍ରା ସମାଜର କୌଣସି ବ୍ୟକ୍ତି ପ୍ରଦୀପ ମାଝୀଙ୍କ ପରିବାରର ଦୁଃଖ ସୁଖରେ ସାମିଲ ହେବେ ନାହିଁ ବୋଲି କେନ୍ଦ୍ରୀୟ କମିଟିର ଉପସଭାପତି ଗୋପାଳ ପୂଜାରୀ ଏବଂ ଝରିଗାଁ ବ୍ଲକ ଭତ୍ରା ସମାଜର ସଭାପତି ଟିକଚନ୍ଦ ମାଝୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.