ଜୟଦେବ ବିହାରରୁ ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ କରିଡ଼ର, ଏପ୍ରିଲରେ ହେବ ଭିତ୍ତିପ୍ରସ୍ତର

Published By : Prameya-News7 Bureau | March 14, 2025 IST

ଭୁବନେଶ୍ବର ଭୁବନେଶ୍ୱରରେ ଏଲିଭେଟେଡ କରିଡ଼ର କରିବେ ରାଜ୍ୟ ସରକାର । ଏପ୍ରିଲ ଶେଷ ଆଡ଼କୁ ଏଲିଭେଟେଡ କରିଡ଼ର ପାଇଁ ରାଜ୍ୟ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ସରକାର କରିବେ ଏଲିଭେଟେଡ କରିଡ଼ର । ସ୍ମାର୍ଟସିଟିରୁ ଟ୍ରାଫିକ୍ ଭିଡ କମାଇବା ପାଇଁ ବିଜେପି ସରକାର ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି । 

ଜୟଦେବ ବିହାର ଜାତୀୟ ରାଜପଥ ଫ୍ଲାଏ ଓଭର ସହ ସଂଯୋଗ ହୋଇ ନିର୍ମାଣ କରାଯିବ ଏଲିଭେଟେଡ କରିଡ଼ର । ଏହାକୁ ଡବଲ ଡେକର କରିଡ଼ର କରିବା ପାଇଁ ଯୋଜନା ରଖାଯାଇଛି । ପ୍ରଥମ ଫ୍ଲୋର ରାସ୍ତାରେ ୪ ଲେନ୍ ରାସ୍ତା ରହିବ, ତା ଉପର ବା ଦ୍ଵିତୀୟ ଫ୍ଲୋରରେ ମେଟ୍ରୋ ଟ୍ରେନ ଯିବା ପାଇଁ ଟ୍ରାକ୍ ରହିବ । ତଳେ ୬ ଲେନ୍ ରାସ୍ତା, ଏଲିଭେଟେଡ ରାସ୍ତାରେ ୪ ଲେନ୍ ରାସ୍ତାକୁ ମିଶାଇ ୧୦ ଲେନ୍ ରାସ୍ତା ନିର୍ମାଣ କରାଯିବ । ଏହାଦ୍ବାରା ଜମି ଅଧିଗ୍ରହଣ ଓ ଉଚ୍ଛେଦ ଭଳି ସମସ୍ୟା ଆଉ ରହିବ ନାହିଁ ।

ଏହାସହ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ଼ ପାଇଁ ମଧ୍ୟ ଟେଣ୍ଡର ହୋଇଯାଇଛି । ଏହାର କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

You Can Read:

ହୋଲି ପୂର୍ବରୁ ଯାଜପୁରରେ ସେଲିବ୍ରେସନ, ପରସ୍ପରକୁ ରଙ୍ଗ ଲଗାଇ ଜଣାଇଲେ ଶୁଭେଚ୍ଛା


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.