ଭୁବନେଶ୍ବର ୧୪।୩: ମୋ ବସ୍ ଦୁର୍ଘଟଣାକୁ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବସ୍ର ଆଗରେ ପଛରେ ଲାଗିବ କ୍ୟାମେରା । ଏଭଳି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର । ଦୁର୍ଘଟଣା ବେଳେ କ୍ୟାମେରାର ଫିଡ଼୍କୁ ଯାଞ୍ଚ କରାଯିବ କାହାର ଭୁଲ ଅଛି । ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
କିଭଳି ଡ୍ରାଇଭର ମାନେ ମଦ ପିଇ ବସ୍ ଚଳେଇବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଡ୍ରାଇଭରଙ୍କୁ ଦିନକୁ ୩ ରାଉଣ୍ଡ ଚେକ୍ କରଯାଉଛି । ବସ୍କୁ ଛାଡିବା ବେଳେ, ବସ୍ ଚଳାଇବା ସମୟରେ ଏବଂ ବସ୍ରୁ ଓହ୍ଲାଇବା ସମୟରେ ଚେକ୍ କରାଯାଉଛି । ଯେଉଁମାନେ ଧରାପଡୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେମାନଙ୍କୁ ସିଧା ବହିଷ୍କାର କରାଯାଉଛି । ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୭ ଡ୍ରାଇଭରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୮ ମାସରେ ୬ ମୁଣ୍ଡ ନେଲାଣି ମୋ ବସ୍ । ଜୁନ୍ ୨୦୨୪ ଠାରୁ ଏଯାଏଁ କଟକ, ପୁରୀ ଓ ଭୁବନେଶ୍ୱରରେ ମୋ ବସ୍ ଦ୍ୱାରା ୧୯ଟି ଦୁର୍ଘଟଣା ହୋଇଛି । ଏଥିରେ ୧୮ ଜଣ ଆହତ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ଏହି ସୂଚନା ଦେଇଥିଲେ ।
You Can Read:
ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ, ଆଜି ବି ଦଳ ସମଦୂରତା ବଜାୟ ରଖିଛି : ପ୍ରସନ୍ନ ଆଚାର୍ଯ୍ୟ