ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ, ଆଜି ବି ଦଳ ସମଦୂରତା ବଜାୟ ରଖିଛି : ପ୍ରସନ୍ନ ଆଚାର୍ଯ୍ୟ

Published By : Prameya-News7 Bureau | March 14, 2025 IST

ଭୁବନେଶ୍ବର : ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ l ଆଜି ବି ବିଜେଡ଼ି ସମଦୂରତା ବଜାୟ ରଖିଛି ବୋଲି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି ।  

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ଡାକିଥିବା ବୈଠକକୁ ଯିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯିବାକୁ ପ୍ରତିଶ୍ରୁତି ଦେବା ପରେ ଆରମ୍ଭ ହୋଇଥିଲା ରାଜନୈତିକ ହଟଚମଟ । ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେ ସ୍ପଷ୍ଟ କରିଛନ୍ତି  ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ l ଦଳ ଆଜି ବି ସବୁ ରାଜନୈତିକ ଦଳଙ୍କ ଠାରୁ ସମଦୂରତା ବଜାୟ ରଖିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି ତାହା କୌଣସି ଫ୍ରଣ୍ଟ ତରଫରୁ ଡକାଯାଇ ନାହିଁ । ଜଣେ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଛନ୍ତି । ସେଠିକି ଯିବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସୀମା ନିର୍ଦ୍ଧାରଣକୁ ନେଇ ସ୍ଵତନ୍ତ୍ର ବୈଠକକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ପରେ ରାଜନୈତିକ ଚର୍ଚ୍ଚା ଜୋର । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଏହି ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ସୀମା ପୁନଃ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ ରାଜ୍ୟ ଏଥିରେ ସାମିଲ ହେବେ । 


You Can Read:

କନ୍ଧନୂଆଁଗଡ଼ ଓଭରବ୍ରିଜ୍ରେ ମର୍ମନ୍ତୁଦ ଦୁର୍ଘଟଣା : ସିମେଣ୍ଟ ପିଲରଙ୍କୁ ଧକ୍କା ଦେଲା କାର୍, ଦମ୍ପତିଙ୍କ ମୃତ୍ୟୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.