କନ୍ଧନୂଆଁଗଡ଼ ଓଭରବ୍ରିଜ୍ରେ ମର୍ମନ୍ତୁଦ ଦୁର୍ଘଟଣା : ସିମେଣ୍ଟ ପିଲରଙ୍କୁ ଧକ୍କା ଦେଲା କାର୍, ଦମ୍ପତିଙ୍କ ମୃତ୍ୟୁ

Published By : Prameya-News7 Bureau | March 14, 2025 IST

ଟାଙ୍ଗୀର : ସାତ ଜନ୍ମର ସାଥୀ ହୋଇ ଚାଲିବାକୁ କଥା ଦେଇଥିଲେ । ସାଥୀ ହୋଇ ଚାଲିଗଲେ ଆରପାରିକୁ । ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଦମ୍ପତି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦମ୍ପତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦମ୍ପତି ଏକ କାର୍ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ସିମେଣ୍ଟ ପିଲର ସହିତ ଧକ୍କା ହୋଇଥିଲା । ବାଲୁଗାଁ ଥାନା ଅଧିନସ୍ଥ ବଡ଼କୁଳ ଛକ ନିକଟରେ ଥିବା କନ୍ଧନୂଆଁଗଡ଼ ଓଭରବ୍ରିଜ୍‌ରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ମୃତ ଦମ୍ପତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆଲିପୁର ଗାଁର ଶିବରାମ ପାଢୀ ଓ ତାଙ୍କର ପତ୍ନୀ । 

ସ୍ୱାମୀ-ସ୍ତ୍ରୀ ଦୁହେଁ ଭୁବନେଶ୍ୱରରୁ ଗଞ୍ଜାମ ଜିଲ୍ଲା ଆଲିପୁର ଗାଁକୁ ଫେରିବା ବେଳେ ଏଭଳି ସଡ଼କ ଦୁର୍ଘଟଣା ଘଟିଥିଲା । ବାଣପୁର ମେଡିକାଲରେ ଦମ୍ପତିଙ୍କ ମୃତଦେହ ରହିଛି । ବାଲୁଗାଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

You Can Read:

ଗୋଟିଏ ଗୋଟିଏ ଲୋକ ଯନ୍ତାରେ ପଡ଼ୁଛନ୍ତି, ଆଗକୁ ଆହୁରି ଅନେକ ଯନ୍ତାରେ ପଡ଼ିବାର ସମ୍ଭାବନା : ଆଇନ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.