ଅନନ୍ତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖୀତ, ଅମର ଆତ୍ମାର ସଦ୍‌ଗତି କାମନା କରୁଛି

Published By : Prameya-News7 Bureau | March 09, 2025 IST

ଭୁବନେଶ୍ବର ୯/୦୩: ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ନବୀନ କହିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ସେ ଜନପ୍ରତିନିଧି ଭାବରେ ଦୀର୍ଘଦିନ ଧରି ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି । 

ବିଜେଡିର ଏହି ବରିଷ୍ଠ ନେତା ୨୦୦୪ରେ ପ୍ରଶାସନିକ ସେବାରୁ ଲମ୍ଫ ମାରିଥିଲେ ରାଜନୀତିକୁ । ୨୦୦୪ରୁ ୨୦୧୯,ଲଗାତର ୪ ଥର ବିଜେଡି ଦଳରୁ ଭୋଗରାଇର ବିଧାୟକ ଜିତିଥିଲେ । ୨୮ ଅଗଷ୍ଟ ୧୯୪୦ରେ ବୋଗରାଇ ବ୍ଲକର କୁରୁଠିଆରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.