ପଳାଶୁଣି ଛକରେ ପୁଣି ଦୁର୍ଘଟଣା, ମହିଳାଙ୍କୁ ଧକ୍କା ଦେଲା ଘରୋଇ ବସ୍

Published By : Prameya-News7 Bureau | January 01, 2025 IST

ଭୁବନେଶ୍ୱର ୦୧।୦୧: ପଳାଶୁଣି ଛକରେ ପୁଣି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଲେ ଏକ ଘରୋଇ ବସ। ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ଦିନ ପ୍ରାୟ ୧୧ଟା ବେଳେ କଟକରୁ ମହିଳା ଜଣଙ୍କ ଓଲା ବାଇକ୍ ଯୋଗେ ସହିଦ ନଗର ଆସୁଥିଲେ। ପଳାଶୁଣି ଛକ ନିକଟରେ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣା ହେବା ଫଳ‌ରେ ବାଇକ୍ ଆରୋହୀ ଜଣଙ୍କ ତଳେ ପଡିଯାଇଥିଲେ। ମହିଳା ଜଣକ ବାଇକ୍‌ରୁ ଖସିପଡିବାରୁ ତାଙ୍କ ମୁଣ୍ଡ ଡାହାଣ କାନ ମାଡ଼ ହେବାରୁ ଗୁରୁତର ହୋଇଛନ୍ତି। ସ୍ଥାନୀୟଲୋକ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପଠାଇଥିବା ଜଣାପଡିଛି। ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.