ଭରତପୁର କେସ୍: ଡିଜିପିଙ୍କୁ ଭେଟିବେ ୫ ନିଲମ୍ବିତ ପୋଲିସଙ୍କ ପରିବାର ଓ ଏକ୍ସ ପୋଲିସ ଆସୋସିଏସନ

Published By : Prameya-News7 Bureau | September 21, 2024 IST

ଭୁବନେଶ୍ବର୨୧/୯: ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ ଘଟଣାରେ ଭରତପୁର ଥାନାର ୫ ପୋଲିସଙ୍କୁ ନିଲମ୍ବନ ପ୍ରସଙ୍ଗ। ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କୁ ଭେଟିବେ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ପରିବାର। ସେପଟେ ଏକ୍ସ ପୋଲିସ ଆସୋସିଏସନ ମଧ୍ୟ ଡିଜିପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପୋଲିସ ପ୍ରତି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଉଭୟ ଭେଟି ଡିଜିପିଙ୍କ ସହ ଆଲୋଚନା କରିବେ । 

ସେହିପରି ଶନିବାର ରାତିର ଭିଡିଓକୁ ନେଇ ତନାଘନା । କ୍ରାଇବ୍ରାଞ୍ଚ ସ୍କାନରରେ ରାତିର ଭିଡିଓ । ଭାଇରାଲ ଭିଡିଓକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । କେଉଁ କାରଣରୁ ହୋଇଥିଲା ଗଣ୍ଡଗୋଳ ? କାହାର ଭୁଲ ପାଇଁ ହୋଇଥିଲା ପାଟିତୁଣ୍ଡ ଓ ଧସ୍ତାଧସ୍ତି ?  ଘଟଣାର ସୂତ୍ରପାତ କଣ ଥିଲା ତାକୁ ନେଇ ଯାଞ୍ଚ ହେବ ।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.