ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲ୍‌କୁ ଯାଉଛି, କେମିତି ଚାଷୀଙ୍କ ବିକାଶ ହେବ : ପ୍ରସନ୍ନ ଆଚାର୍ଯ୍ୟ

Published By : Prameya-News7 Bureau | December 21, 2024 IST

ଭୁବନେଶ୍ବର ୨୧।୧୨: ଅଦିନିଆ ବର୍ଷାରେ ମଣ୍ଡିରେ ଧାନ ନଷ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସରକାର ବାରମ୍ବାର ଘୋଷଣା କରିଥିଲେ । କିନ୍ତୁ ଗ୍ରାଉଣ୍ଡରେ କ’ଣ ଅବସ୍ଥା ନିଜେ ଯାଇ ଦେଖନ୍ତୁ । ହଜାର ହଜାର ଏକର ଧାନ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହୋଇଯାଇଛି ତା ପାଖରେ ଟୋକନ ନାହିଁ, କିନ୍ତୁ ଯାହାର ଧାନ ଅମଳ ହୋଇନାହିଁ, ତାକୁ ଟୋକନ ଦିଆଯାଇଛି । ଚାଷୀ ଅମଳ ହୋଇଥିବା ଧାନ କେଉଁଠି ରଖିବ । ମଣ୍ଡିରେ ଧାନ ବର୍ଷା ପାଣିରେ ନଷ୍ଟ ହେଉଛି । 

ସଂପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଧାନ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲ୍‌କୁ ଯାଉଛି । ଏହାଦ୍ବାରା କେମିତି ଚାଷୀଙ୍କ ବିକାଶ ହେବ । ବର୍ଷାରେ ଧାନର ରଙ୍ଗ ବଦଳି ଯିବ । ଆଉ ତାହାର FAQ କ୍ୱାଲିଟି ରହିବ ନାହିଁ । ଯାହାଦ୍ବାରା ଚାଷୀ କ୍ଷତି ସହିବ । ଚାଷୀ ବାଧ୍ୟ ହୋଇ ଦଲାଲ ମାନଙ୍କୁ ଧାନ ବିକ୍ରି କରି ଶୋଷଣର ଶିକାର ହେବ । 

ସରକାରଙ୍କ ସବୁ ଘୋଷଣା ନିରର୍ଥକ ହୋଇଯାଇଛି । ଦଲାଲ ମାନଙ୍କୁ ନିୟନ୍ତ୍ରଣ କରନ୍ତୁ ସରକାର । ମଣ୍ଡିରେ କେମିତି ଚାଷୀଙ୍କ ଧାନ ସୁରକ୍ଷିତ ରହିବ, ସେ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ । ସରକାର କହିଥିଲେ, କଟନୀ ଛଟନୀ ହେବ ନାହିଁ । କିନ୍ତୁ କଟନୀ ଛଟନୀ ଏବେ ବି ହେଉଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।


You Can Read:

ଆସନ୍ତା ୧୮ରୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା, ଦିନକରେ ହେବ ଗଣନା କାର୍ଯ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.