ମାଲକାନଗିରି ୩୦/୧୨:ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଜଣାଶୁଣା ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଛି । ଯାତ୍ରା ଆୟୋଜକ କୋତାମେଟା ଆୟୋଜନ କମିଟି ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ବିଏନଏସ୍ ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।
ଏହାସହ ଅଶ୍ଳୀଳ ଦୃଶ୍ୟକୁ ଉପଭୋଗ କରୁଥିବା ଅଭିଯୋଗରେ ମଧ୍ୟ ସମ୍ପୃକ୍ତ ଥାନା ଆଇଆଇସିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । କୋତାମେଟାରେ ଅଶ୍ଳିଳ ନୃତ୍ୟ ପରିବେଷଣ କରିଥିବା ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାମରେ ରୁଜୁ ହୋଇଛି ଏତଲା ।
ମାଲକାନଗିରି ସଦର ଥାନା ପୋଲିସ ନିଜ ଆଡୁ ଏହି ମାମଲା ରୁଜୁ କରିଛି । ସାହୁ ଭାଉଜ ଓ ଯାତ୍ରା କମିଟିର ଆୟୋଜକ ଙ୍କ ନାମରେ ରୁଜୁ ହୋଇଛି କେସ୍ । ଶ୍ରୀକ୍ଷେତ୍ର ଅପେରାରେ ଅଶ୍ଳିଳ ନୃତ୍ୟ ପରିବେଷଣ କରିଥିଲେ ସାହୁ ଭାଉଜ ।