ଭୁବନେଶ୍ବର ୨।୧: ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା । ୩୮ ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ପେନସନକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କାରାବରଣ କରିନଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପେନସନକୁ ୯ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
ସେହିପରି ଜାତୀୟ ପେନସନ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ ୮ ହାଜର ପରିବର୍ତ୍ତେ ୧୦ ହାଜର ଟଙ୍କା କରିଛନ୍ତି ସରକାର । MISA ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହାଜର ଟଙ୍କା ପେନସନ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାଧୀନତା ସଂଗ୍ରାମକୁ ମହତାବଙ୍କ ନେତୃତ୍ୱରେ ଦଶା ଓ ଦିଶା ଦେଖାଉଥିଲେ । କିନ୍ତୁ ମହତାବଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ କ’ଣ ଥିଲା, କେତେ ଲୋକ ଜାଣିଛନ୍ତି । ମାତଙ୍ଗିନିଙ୍କ ଉପରେ ଗୋଟିଏ ଦିନରେ ତିନି ଥର ଗୁଳି ମରାଯାଇଥିଲା । ବୀର ବାଘା ଯତୀନ, ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବାଜି ରାଉତଙ୍କୁ କେତେ ଜଣ ଆଜି ମାନେ ରଖିଛନ୍ତି । ରକ୍ତ ତୀର୍ଥ ଇରମ ବାବଦରେ କେତେ ଲୋକ ଜାଣିଛନ୍ତି । ସେମାନଙ୍କୁ ଆଜି ମନେ ପକାଇବାର ସମୟ ଆସିଛି । ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ଅଛି । ଯାହାକି ଆଜି ସେହି ତୁଳନାରେ ହୋଇପାରିନାହିଁ ।
କଲେଜ ଓ ସ୍କୁଲ ବହିରେ ସେମାନଙ୍କୁ ସ୍ଵତନ୍ତ୍ର ସ୍ଥାନ ଦିଆଯାଇନାହିଁ । କେବଳ ଗୋଟିଏ ଦୁଇଟି ପୃଷ୍ଠାରେ ସୀମିତ ରଖାଯାଇଛି । ଇତିହାସକାର ମାନେ କିଛି ଲୋକଙ୍କୁ ପ୍ରାଧାନ୍ୟ ଦେଇ ଅନ୍ୟମାନଙ୍କୁ ଗୌଣ କରିଦେଲେ । ସବୁ ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେବା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏକଥାକୁ ସରକାର ବିଚାର କରୁଛନ୍ତି । ପୂଜ୍ୟପୂଜାଙ୍କୁ ସମ୍ମାନ ଦେବା ସହ ସ୍ମୃତିଚାରଣ କରିବାରେ ବିଜେପି ସରକାର କେବେ ବି ପଛଘୁଞ୍ଚା ଦେବେନାହିଁ । ଆସନ୍ତା ଜାନୁଆରୀ ୫ ତାରିଖ ଦିନ ସହିଦ ମାଧୋ ସିଂ ଯୋଜନା ଆରମ୍ଭ କରି ତାଙ୍କୁ ଯଥୋଚିତ ସମ୍ମାନ ଦେବେ ସରକାର ।
You Can Read:
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଲୁହା ପଥର ବୋଝେଇ ଟ୍ରକ୍ ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ