ଭୁବନେଶ୍ୱର ୧୫।୦୩ : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଚାଞ୍ଚଲ୍ୟ । ଏକ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଶନିବାର ସକାଳେ ଚନ୍ଦ୍ରଶେଖରପୁର ଥାନା ହାଉସିଂ ବୋର୍ଡ କଲୋନୀରୁ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ କୁମାର ଜିତେନ (୩୦ ବର୍ଷ)। ସେ ପେଶାରେ ଜଣେ ଡ୍ରାଇଭର୍। ସେ ପୂର୍ବରୁ ବିବାହିତ ଏବଂ ୩ ସନ୍ତାନଙ୍କ ବାପା। ନିକଟରେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଆତ୍ମହତ୍ୟା କରିଥିବା ମହିଳାଙ୍କ ସହ ରହୁଥିଲେ। ମୃତ ମହିଳା ଜଣଙ୍କ ମଧ୍ୟ ପୂର୍ବରୁ ବିବାହିତା। ସେ ତାଙ୍କ ସ୍ଵାମୀଙ୍କୁ ଛାଡ଼ି ଜିତେନଙ୍କ ସହ ଆସି ରହୁଥିଲେ। ବର୍ତ୍ତମାନ ଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। କେଉଁ ପରିସ୍ଥିତିରେ ପଡ଼ି ଦୁହେଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଚନ୍ଦ୍ରଶେଖର ଥାନା ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଭାରତରେ ଏଣ୍ଟ୍ରି କରିବା ପୂର୍ବରୁ ଷ୍ଟାର୍ଲିଙ୍କ ପାଇଁ ସରକାରଙ୍କ ୩ ସର୍ତ୍ତ: ଦେଶର ରଖିବାକୁ ହେବ କଣ୍ଟ୍ରୋଲ ସେଣ୍ଟର