ମୁମ୍ଵାଇ ୧୫।୦୩; ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ୱାର୍ଣ୍ଣରଙ୍କର ଭାରତୀୟ ଗୀତ ସହ ଏକ ବିଶେଷ ପ୍ରେମ ଭାବ ରହିଛି। ସେ ପ୍ରାୟତଃ ସୋସିଆଲ ମିଡିଆରେ ଭାରତୀୟ ଗୀତର ରିଲ କରି ସେୟାର କରନ୍ତି । ରିଲ୍ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରିଥିବା ୱାର୍ଣ୍ଣର ବର୍ତ୍ତମାନ ବଡ ପରଦାରେ ନଜର ଆସିବେ । ତାଙ୍କ ଚଳଚ୍ଚିତ୍ର ବିଷୟରେ ସୂଚନା ପୂର୍ବରୁ ପ୍ରକାଶ ପାଇଥିଲା । ଏବେ ତାଙ୍କର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି।
ଡେଭିଡ ୱାର୍ଣ୍ଣର ତେଲୁଗୁ ଭାଷା ଚଳଚ୍ଚିତ୍ର 'ରବିନ୍ ହୁଡ୍' ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ କୌଣସି ଫିଲ୍ମରେ କାମ କରିନାହାଁନ୍ତି। ମାର୍ଚ୍ଚ ୧୫ରେ ନିର୍ମାତାମାନେ ଏହି ଚଳଚ୍ଚିତ୍ରରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଥିଲେ । ତାଙ୍କର ଗୋଟିଏ ପୋଷ୍ଟର ସାମ୍ନାକୁ ଆସିଛି। ପୋଷ୍ଟରରେ ଡେଭିଡଙ୍କ ଷ୍ଟାଇଲିସ୍ ଅନ୍ଦାଜ୍ରେ ନଜର ଆସିଛନ୍ତି। ପୋଷ୍ଟରରେ ଫିଲ୍ମର ନାମ ଲେଖାଯାଇଛି। ଏହା ବ୍ୟତୀତ, ତାଙ୍କୁ ସ୍ୱାଗତ କରି ଲେଖାଯାଇଥିଲା, "ବାଉଣ୍ଡ୍ରି ଠାରୁ ବକ୍ସ ଅଫିସ ଯାଏଁ, ଡେଭିଡ ୱାର୍ଣ୍ଣରଙ୍କୁ ଭାରତୀୟ ସିନେମାକୁ ସ୍ୱାଗତ କର।
କ୍ୟାମିଓ ଭୂମିକାରେ ଡେଭିଡ
ଏହି ଚଳଚ୍ଚିତ୍ରରେ ଡେଭିଡ୍ଙ୍କୁ ଏକ ପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ନାହିଁ, ବରଂ ତାଙ୍କୁ ଏକ କ୍ୟାମିଓ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ମାର୍ଚ୍ଚ ୨୮ ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି। ପୋଷ୍ଟର ରିଲିଜ ହେବା ପରଠାରୁ ଡେଭିଡଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ର ପାଇଁ ଉତ୍ସାହିତ ହୋଇପଡିଛନ୍ତି। ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ମାଧ୍ୟମରେ ସେ ଦର୍ଶକଙ୍କ ଉପରେ କି ପ୍ରକାର ଛାପ ଛାଡିଛନ୍ତି ତାହା ଦେଖିବାକୁ ବାକି ରହିଲା ।