ଦୁଇ ବର୍ଷ ପରେ ଆସିଲା ରାୟ, ସାଙ୍ଗକୁ ହତ୍ୟା ଘଟଣାରେ ହତ୍ୟାକାରୀକୁ ଆଜୀବନ ଜେଲ୍

Published By : Prameya-News7 Bureau | March 13, 2025 IST

ଆନନ୍ଦପୁର ୧୩।୦୩ : ଦୁଇ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ । ନିଜ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ବୃଦ୍ଧା ସର ନାୟକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ ଏହି ରାୟ ଶୁଣାଇଛନ୍ତି।  

୨୦୨୨ ମସିହା ଜୁନ୍‌ ମାସ ୨୫ ତାରିଖରେ ନନ୍ଦିପଦା ଥାନା ମଠଡାହି ଗାଁରେ ଘଟିଥିଲା ହତ୍ୟାକାଣ୍ଡ । ଦୁଇ ସାଙ୍ଗ ସର ନାୟକ ଓ ଯଶୋଦା ପାତ୍ର ଏକଠି ସୋସୋ ଥାନା ପୋଡ଼ାସିଙ୍ଗିଡ଼ି ଗାଁକୁ ଯାଇଥିଲେ । ଏହି ସମୟରେ ହଠାତ୍‌ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସର ନାୟକ ଯଶୋଦାଙ୍କୁ ଏକ ପଥରରେ ଛେଚି ଗୁରୁତର କରିଦେଇଥିଲେ । ପରଦିନ ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ଏବେ ଏହି ଘଟଣାରେ ରାୟ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ । ଅଭିଯୁକ୍ତ ସର ନାୟକଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଆର୍ଥିକ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ କ୍ଷେତ୍ରରେ ଅତିରିକ୍ତ ୧ ବର୍ଷର ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.