ରଙ୍ଗର ପର୍ବ ହୋଲି, ଫଗୁର ରଙ୍ଗରେ ରଙ୍ଗୀନ ଗାଁଠୁ ସହର

Published By : Prameya-News7 Bureau | March 15, 2025 IST

ଭୁବନେଶ୍ୱର ୧୫/୦୩: ଆଜି ହେଉଛି ହୋଲି । ରଙ୍ଗର ପର୍ବ, ଖୁସି, ଉତ୍ସାହର ଦିନ । ଆମ ସମସ୍ତଙ୍କ ପସନ୍ଦର ପର୍ବ ହୋଲି । ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ସବୁଠି ହୋଲି ପର୍ବର ଧୁମ ଦେଖିବାକୁ ମିଳେ ।

ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି  ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥାଆନ୍ତି । ଆଜି ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । 

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ । ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ । ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି । 

  • Holi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.