ତିଗିରିଆ ପୋଲିସର ଚଢାଉ, ବିପୁଳ ବିଦେଶୀ ମଦ ଜବତ

Published By : Prameya-News7 Bureau | March 15, 2025 IST

ଆଠଗଡ଼ ୧୫।୦୩ : ତିଗିରିଆ ପୋଲିସ ପକ୍ଷରୁ ବଡ଼ଧରଣର ଚଢାଉ । ହୋଲିକୁ ନିଶା ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ଏହି ଚଢାଉରେ ଏକ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । 

ଖବର ଅନୁଯାୟୀ, ଏକ ଦୋକାନରେ ବେଆଇନ୍‌ ଭାବେ ବିଦେଶୀ ମଦ ଗଚ୍ଛିତ ଥିବା ଖବର ପାଇଥିଲେ ପୋଲିସ। ଏହାପରେ ତିଗିରିଆ ପୋଲିସ ପକ୍ଷରୁ ହୋଇଥିଲା ଚଢାଉ । ଏହି ଚଢାଉରେ ବିପୁଳି ପରିମାଣର ବିଦେଶୀ ମଦ ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତିଗିରିଆ ଥାନା ପାଞ୍ଚଗାଁ ତଳସାହି ଗାଁର ୩୭ ବର୍ଷୀୟ ରାକେଶ ମଲ୍ଲିକ ବୋଲି ଜଣାପଡିଛି । ରାକେଶଙ୍କ ଦୋକାନରେ ପ୍ରାୟ ୯୮, ୭୦୦ ଲିଟରର ବିଭିନ୍ନ ପ୍ରକାରର ଚୋରା ବିଦେଶୀ ଜବତ କରିଛି ତିଗିରିଆ ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.