ପଶ୍ଚିମ ଓଡ଼ିଶାରେ କଲବଲ କଲା ତାତି, ମାର୍ଚ୍ଚରୁ ୩୭ ଟପିଲା ପାରଦ

Published By : Prameya-News7 Bureau | March 15, 2025 IST

ଭୁବନେଶ୍ୱର ୧୫/୦୩: ଏବେଠୁ ଏତେ, ଆଗକୁ କେତେ । ଅର୍ଥାତ୍ ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ବିଶେଷକରି କଲବଲ ହେଲାଣି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ୱଲପୁର । ସାଢେ ୧୧ ଟା ସୁଦ୍ଧା ସମ୍ୱଲପୁରର ପାରଦ ଟପିଛି ୩୭ ଡିଗ୍ରୀ । ବର୍ତ୍ତମାନ ସୁଦ୍ଧା ୩୭.୭ ରେକର୍ଡ ହୋଇଛି । ଶୁକ୍ରବାର ସାଢେ ୧୧ ସୁଦ୍ଧା ପାରଦ ଥିଲା ୩୬.୬ ଡିଗ୍ରୀ । 

ସୂଚନା ଥାଉକି, ଆସନ୍ତା ୧୬ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଦୋଳ ଓ ହୋଲି  ଦିନ ତାତି ପ୍ରକୋପ ବେଶି ରହିବ । ଗୁରୁବାର  ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ  ସହରରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିପାରେ ବୋଲି ଚେତାଇଛି ପାଣିପାଗ ବିଭାଗ।  

also read...

ଫଗୁଣରେ କଲବଲ କରୁଛି ତାତି, ଆସନ୍ତା ୪ ଦିନ ନିର୍ଘାତ୍‌ ଜଳାଇବ

ଏହି ୪ ସ୍ଥାନ ସମେତ ସୁନ୍ଦରଗଡ଼ ଓ  ଅନୁଗୁଳରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧରେ  ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି  ହୋଇଛି । ଗ୍ରୀଷ୍ମ ଲହରୀ ପାଇଁ ସୋନପୁର,  ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼  ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଓ ବୌଦ୍ଧରେ  ଦିନ ତାତି ସହ ନାକେଦମ କରିବ ଉତ୍ତପ୍ତ ରାତି ।  ରବିବାର ମଧ୍ୟ ୫ ଜିଲ୍ଲାରେ ଗ୍ରୀଷ୍ମ ଲହରୀ  କଲବଲ କରିପାରେ ।



  • Heat Wave
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.