ଟେଲି ପରଦାରେ ଜଲୱା ଦେଖାଇଲେ ସ୍ମୃତି ଇରାନୀ, ‘କ୍ୟୁଁକି ସାସ୍‌ ଭି କଭି ବହୂ ଥୀ-୨’ର ଫାଷ୍ଟ ଲୁକ୍‌ ଆଉଟ୍‌

Published By : Prameya-News7 Bureau | July 08, 2025 IST

ମୁମ୍ଵାଇ ୦୮।୦୭; ଲୋକପ୍ରିୟ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥୀ’ର ସିକ୍ୱେଲରେ ଖୁବ୍‌ଶୀଘ୍ର ଟିଭି ପରଦାକୁ ଫେରିବେ ସ୍ମୃତି ଇରାନୀ। ଧାରାବାହିକର ପ୍ରିମିୟର ପୂର୍ବରୁ ତୁଲସୀ ଭିରାନୀ ଚରିତ୍ରରେ ସ୍ମୃତିଙ୍କ ଫାର୍ଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ଏଥିରେ ସ୍ମୃତି ଏକ ମେରୁନ୍‌ ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ବଡ଼ ଲାଲ୍‌ ବିନ୍ଦି, ମଙ୍ଗଳସୂତ୍ର ସହିତ ପାରମ୍ପରିକ ଗହଣା, ଚୁଡ଼ି ପିନ୍ଧି ୨୦୦୦ ମସିହାର ଟିଭି ଫ୍ୟାଶନ୍‌କୁ ସେ ପୁଣି ତାଜା କରିଛନ୍ତି। 

ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥୀ’ ୨୦୦୦ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ଏବଂ ଲଗାତାର ୭ ବର୍ଷ ଧରି ଶୀର୍ଷ ସ୍ଥାନ ବଜାୟ ରଖିଥିଲା । ମୂଳ ଧାରାବାହିକରେ ସ୍ମୃତି ମୁଖ୍ୟ ଚରିତ୍ର ନିର୍ବାହ କରିଥିଲେ । ୨୦୧୪ରେ ପୁଣି ଥରେ ଏହି ଧାରାବାହିକରେ ଅଭିନୟ ଲାଗି ସେ ଚୁକ୍ତି କରିଥିଲେ । କିନ୍ତୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଭାରତୀୟ ସଂସଦରେ ଯୋଗ ଦେବା ଲାଗି ତାଙ୍କୁ ଚୁକ୍ତିରୁ ଓହରିବାକୁ ପଡ଼ିଲା । ଧାରାବାହିକର ସୁଟିଂ ଲାଗି ସେଟ୍‌ ପ୍ରସ୍ତୁତ ଥିଲା । 

କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ଆସିଲା ‘ଆପଣଙ୍କୁ ଶପଥ ନେବାକୁ ପଡ଼ିବ ।’ ‘ୱି ଦ ୱିମେନ୍‌’ର ଏକ ଏପିସୋଡ୍‌ରେ ବରଖା ଦତ୍ତ ଓ କରନ ଜୋହରଙ୍କ ସହ ବାର୍ତ୍ତାଳାପରେ ସ୍ମୃତି ଏ ବିଷୟରେ କହିଥିଲେ । ସିକ୍ୱେଲରେ ଅମର ଉପାଧ୍ୟାୟ ପୁଣି ଥରେ ମିହିର ଭିରାନୀ ଭୂମିକାରେ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.