ବିପର୍ଯ୍ୟୟ ମୁକାବିଲା କିପରି କରିବାକୁ ହୁଏ ବିରୋଧୀ ଦଳ ନେତାଙ୍କ ଠାରୁ ପରାମର୍ଶ ନେବା ଉଚିତ ଥିଲା : ଦେବାଶିଷ ସାମନ୍ତରାୟ

Published By : Prameya-News7 Bureau | January 01, 2025 IST

କଟକ ୧।୧: ରାଜ୍ୟ ସରକାରଙ୍କୁ ବିପର୍ଯ୍ୟୟ ପରିଚାଳନାର ପାଠ ପଢ଼ାଇଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିପର୍ଯ୍ୟୟ ମୁକାବିଲା କିପରି କରିବାକୁ ହୁଏ, ସେନେଇ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ଠାରୁ ପରାମର୍ଶ ନେବା ଉଚିତ ଥିଲା ବୋଲି କହିଛନ୍ତି ଦେବାଶିଷ । ଅଦିନିଆ ବର୍ଷା ଭଳି ବିପର୍ଯ୍ୟୟର ମୁକାବିଲା କରିବାରେ ମୋହନ ସରକାର ଫେଲ୍ ମାରିଛନ୍ତି । ଯାହା ଦ୍ୱାରା ରାଜ୍ୟରେ ବ୍ୟାପକ ଫସଲ ହାନି ହେଲା ଏବଂ କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ଦେବାଶିଷ କହିଛନ୍ତି । 

ତେବେ ପୂର୍ବ ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ରୋଡ଼ମ୍ୟାପ କରିଥିଲେ, ଅନ୍ତତଃ ରାଜ୍ୟ ସରକାର ତାକୁ ଅନୁସରଣ କରିବାର ଥିଲା । ନବୀନ ପଟ୍ଟନାୟକଙ୍କ ଶାସନକୁ କେନ୍ଦ୍ରୀୟ ନେତୃତ୍ୱ ସ୍ୱୀକାର କରୁଥିବା ବେଳେ, ମୋହନ ସରକାର କାହିଁକି ତାଙ୍କ ପରାମର୍ଶ ଲୋଡିଲେନି ବୋଳି ଦେବାଶିଷ ସାମନ୍ତରାୟ ପ୍ରଶ୍ନ କରିଛନ୍ତି । 

You Can Read:

ସମଲେଶ୍ବରୀ ଦର୍ଶନ କରିବାକୁ ଆସୁଥିବା ବେଳେ ଦୁର୍ଘଟଣା : ଗଛକୁ ପିଟିଲା ସ୍କର୍ପିଓ, ୭ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.