କଟକ ୩।୧: ରାଜ୍ୟର ଚାଷୀ ମାନେ ଭାଗଚାଷୀ ପାକିସ୍ତାନ ବାସିନ୍ଦା ନୁହନ୍ତି । ତେଣୁ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛି ବିଜେଡି । କ୍ଷତିପୂରଣ ପାଇଁ ବୀମା କମ୍ପାନୀ ମାନଙ୍କ ଉପରେ ନିର୍ଭର ନକରି ରାଜ୍ୟ ସରକାର ରାଜକୋଷ ଖୋଲନ୍ତୁ ବୋଲି କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ଦେଉ, ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ନମିଳିଲେ ଏବଂ ନଷ୍ଟ ହୋଇଥିବା ଧାନ କିଣା ନହେଲେ ଆଗକୁ ଋଣ ଦୁନ୍ଦୁଭି ବାଜିବ ବୋଲି ବିଜେଡି ଚେତାଇ ଦେଇଛି ।
ଶୁକ୍ରବାର ଭୁବନେଶ୍ୱରରେ ରାଜ୍ୟ କୃଷି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ଯାହାର ଜବାବରେ ଅରୁଣ କହିଛନ୍ତି, ଯଦି ନବୀନ ସରକାର କୃଷି କ୍ଷେତ୍ର ପାଇଁ କିଛି କରିନଥିଲେ, ତେବେ ଓଡିଶା ୬ ଥର କୃଷି କର୍ମଣ ପୁରସ୍କାର ପାଇଥିଲା କେମିତି ?
You Can Read:
‘ଜିନ୍ନତ’ ଏବେ ଶିମିଳିପାଳ ଜେନାବିଲରେ, ପ୍ରତି ମାଇକ୍ରୋ ସେକେଣ୍ଡରେ କରାଯାଉଛି ଅନୁଧ୍ୟାନ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ