‘ଜିନ୍ନତ’ ଏବେ ଶିମିଳିପାଳ ଜେନାବିଲରେ, ପ୍ରତି ମାଇକ୍ରୋ ସେକେଣ୍ଡରେ କରାଯାଉଛି ଅନୁଧ୍ୟାନ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Published By : Prameya-News7 Bureau | January 03, 2025 IST

ଭୁବନେଶ୍ବର ୩।୧: ବାଘୁଣୀ ‘ଜିନ୍ନତ’ ଏବେ ଶିମିଳିପାଳର ଜେନାବିଲରେ ରହିଛି । ଜେନାବିଲ ସାଉଥ୍‌ ଶିମିଳିପାଳ ଡିଭିଜନରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ‘ଜିନ୍ନତ’ । ଏହି ସୂଚନା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ପ୍ରଥମେ ଚହଲାରେ ଛାଡାଯାଇଥିଲା । କିନ୍ତୁ ଲୋକ ଚଳପ୍ରଚଳ ହେବାରୁ ତାକୁ ଜେନାବିଲରେ ଛଡାଗଲା । ପ୍ରତି ମାଇକ୍ରୋ ସେକେଣ୍ଡରେ ତାର ଅନୁଧ୍ୟାନ କରାଯାଉଛି । ବରିଷ୍ଠ ଅଧିକାରୀ, ପରିବେଶବିତ୍, ବନ ବିଭାଗ ଅଧିକାରୀ ମାନେ ‘ଜିନ୍ନତ’ କଥା ବୁଝୁଛନ୍ତି । ‘ଯମୁନା’ କୁଲଡିହାରେ ରହିଛି । 

You Can Read:

ପ୍ରବାସୀ ଭାରତୀୟ ଦିବସ ପାଇଁ ସିଲଭର ସିଟିରେ ବି ପ୍ରସ୍ତୁତି, କାମ ଶୀଘ୍ର ସାରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.