ପ୍ରବାସୀ ଭାରତୀୟ ଦିବସ ପାଇଁ ସିଲଭର ସିଟିରେ ବି ପ୍ରସ୍ତୁତି, କାମ ଶୀଘ୍ର ସାରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ

Published By : Prameya-News7 Bureau | January 03, 2025 IST

କଟକ ୩।୧: ଆସନ୍ତା ୮ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ ସମାରୋହ । ଏହି ସମାରୋହକୁ ନେଇ ସବୁଠି ପ୍ରସ୍ତୁତି ଜୋରଦାର । ତେବେ କଟକ ସହରକୁ କେବେ ଏବଂ କେତେ ଜଣ ପ୍ରବାସୀ ଭାରତୀୟ ଆସିବେ, ତାହା ଏଯାଏଁ ସ୍ଥିର ହୋଇନାହିଁ । କିନ୍ତୁ ସେମାନଙ୍କୁ ସହର ଭିତରେ ୫ଟି ପ୍ରମୁଖ ସ୍ଥାନ ବୁଲାଇ ନେବା ଲାଗି ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ହୋଇଛି । ମାରି ଟାଇମ୍ ମ୍ୟୁଜିୟମ୍, ସିଲଭର ସିଟି ବୋଟ୍ କ୍ଲବ, ନେତାଜୀ ଜନ୍ମସ୍ଥାନ, ବାରବାଟୀ ଦୁର୍ଗ, ଜଷ୍ଟିସ ମ୍ୟୁଜିୟମ୍ ଆଦି ସ୍ଥାନ ବୁଲିବେ ପ୍ରବାସୀ ଭାରତୀୟ । ସେଥିପାଇଁ କଟକ ସହରକୁ ପୁଣି ଏକ ନୂଆ ରୁପ ଦିଆଯାଉଛି । ବିଶେଷ କରି ରିଙ୍ଗ୍‌ ରୋଡ଼ ମରାମତି ଏବଂ ରାସ୍ତା କଡରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ତେବେ କାମ ଶୀଘ୍ର ସାରିବା ଲାଗି ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମୟ ଆଗରୁ କାମ ସରିବ ବୋଲି ବିଧାୟିକା ସୋଫିଆ ଫିର୍ଦୋଷ କହିଛନ୍ତି ।


You Can Read:

ଚାର୍ଜରେ ବସିଥିଲା ଇଲେକ୍ଟ୍ରିକ୍ ସ୍କୁଟର, ସର୍ଟ ସର୍କିଟ୍‌ରୁ ଲାଗିଗଲା ନିଆଁ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.