ସାଲେପୁର ୨୭/୧୨: ଶେଷରେ କାବୁ ହେଲା ଉତ୍ପାତିଆ ହନୁ । ବନବିଭାଗ ବସାଇଥିବା ଯନ୍ତାରେ ପଡିଲା । ଶାନ୍ତିରେ ନିଶ୍ବାସ ମାରିଲେ ସ୍ଥାନୀୟ ଲୋକେ । ଗତ କିଛି ଦିନ ଧରି କଟକ ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ଗାଁର ଆତଙ୍କ ଖେଳାଇଥିଲା ବଣୁଆ ମାଙ୍କଡ । ଯାହାକୁ ଦେଖୁଥିଲା ଗୋଡାଇ ଗୋଡାଇ କାମୁଡୁଥିଲା । ମାଙ୍କଡ ଆକ୍ରମଣରେ ୫ରୁ ୬ ଜଣ ଲୋକ ଗୁରୁତର ହୋଇଥିଲେ ।
ମାଙ୍କଡ ଭୟରେ ଲୋକେ ଘରୁ ବାହାରିବାକୁ ଭୟ କରୁଥିଲେ । ଏ ନେଇ ବନବିଭାଗକୁ ଖବର ଦେବା ପରେ ମାଙ୍କଡକୁ ଧରିବାକୁ ଯନ୍ତା ବସାଇଥିଲା ବନ ବିଭାଗ । ଶୁକ୍ରବାର ଯନ୍ତାରେ ମାଙ୍କଡ ପଡିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ମାଙ୍କଡକୁ ଯନ୍ତାରୁ ଉଦ୍ଧାର କରି ଜଙ୍ଗଲରେ ଛଡାଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।