ଦାଦନ ଦୁଃଖର ଆଉ ଏକ ଚିତ୍ର ; ତାମିଲନାଡ଼ୁରୁ ତିନି ଦିନ ପରେ ଗାଁରେ ପହଞ୍ଚିଲା ମୃତଦେହ

Published By : Prameya-News7 Bureau | December 23, 2024 IST

ସୁବର୍ଣ୍ଣପୁର ୨୩/୧୨: ଦାଦନ ଦୁଃଖକୁ ନେଇ ଗାଁରେ ଶୋକର ଛାୟା । ତାମିଲନାଡ଼ୁରୁ ତିନି ଦିନ ପରେ ଗାଁରେ ପହଞ୍ଚିଛି ପ୍ରବାସୀ ଶ୍ରମିକଙ୍କ ମୃତଦେହ । ଧୂବଳେଶ୍ବରଙ୍କ ପାର୍ଥିବ ଶରୀର ପୈତୃକ ଗାଁରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଗାଁ । ପରେ ମୃତ ଶ୍ରମିକଙ୍କ ଅନ୍ତିମ ସଂସ୍କାର କରାଯାଇଛି । 

ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଧୂବଲେଶ୍ୱର ସେଠ୍ ତାମିଲନାଡୁର ଭେପଡ଼ାଇ ସ୍ଥିତ ରାଇଗୁରୁ ଟେକ୍ସଟାଇଲ ପ୍ରାଇଭେଟ୍ ଲିମିଟେଡ଼୍ ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ମାତ୍ର ଡିସେମ୍ବର ୧୭ ତାରିଖରେ କେହି ଦୁର୍ବୃତ୍ତ ଧୂବଲେଶ୍ୱରଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର । ସ୍ଥାନୀୟ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମାତ୍ର ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ଧୂବଳେଶ୍ବକଙ୍କ ପାର୍ଥିବ ଶରୀରକୁ ତାମିଲନାଡ଼ୁରୁ ଆଣି ପାରିନଥିଲେ । ପରେ ଜିଲ୍ଲା ପ୍ରଶାସନର ସହଯୋଗରେ ଧୂବଳେଶ୍ବରଙ୍କ ମୃତଦେହ ସୋମବାର ଗାଁରେ ପହଞ୍ଚିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.