ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ ମାମଲା, ସ୍ବାମୀକୁ ଅଟକ ରଖି ପୋଲିସର ପଚରାଉଚରା

Published By : Prameya-News7 Bureau | December 20, 2024 IST

ଦେବଗଡ ୨୦/୧୨: ବାହାଘରକୁ ବର୍ଷେ ପୁରିନି । ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ମୃତକ ଅନୁଗୋଳ ଜିଲ୍ଲା ଜରପଡା ଥାନା ଜରଡା ଗାଁର ରୋଜାଲିନ ସାହୁ । ଚଳିତବର୍ଷ ମେ ମାସ ୯ ତାରିଖରେ ଜରଡା ଗାଁର କ୍ଷୀରୋଦ ସାହୁଙ୍କ ଝିଅ ରୋଜାଲିନ,ଦେବଗଡ ଜିଲ୍ଲା ସେଣ୍ଢା ଗାଁର ଘନଶ୍ୟାମ ସାହୁଙ୍କ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା । 

ବିବାହ ପରଠାରୁ ରୋଜାଲିନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ଅଧିକ ଯୌତୁକ ଦାବିରେ ସ୍ବାମ୍ୟ ଘନଶ୍ୟାମ, ଶାଶୁ ଶାନ୍ତି,ଦେଢଶୁର ପୂର୍ଣ୍ଣଚନ୍ଦ୍ର ଓ ଯାଆ ସନ୍ନି  ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ କିଛି ଦିନ ତଳେ ବାପଘରକୁ ପଳାଇ ଆସିଥିଲେ ରୋଜାଲିନ ।

ତେବେ ଘରେ ବୁଝାସୁଝା କରି ପୁଣି ଶାଶୁ ଘରେ ଛାଡିଦେଇଥିଲେ ପରିବାର ଲୋକ । ହଠାତ ଗୁରୁବାର ରୋଜାଲିନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ରୋଜାଲିନଙ୍କ ବେକରେ ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପୋଲିସ ଯୌତୁକ,ହତ୍ୟା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ ପରେ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.