ସୁନା ପରେ ତେଲକୋଇରେ କ୍ରୋମାଇଟ୍ ଖଣିର ସନ୍ଧାନ; ଚାଲିଛି ନମୂନା ସଂଗ୍ରହ

Published By : Prameya-News7 Bureau | December 20, 2024 IST

ତେଲକୋଇ ୨୦/୧୨: ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲା । ରତ୍ନଗର୍ଭା ମାଟିରେ ରହିଛି ଅନେକ ଖଣିଜ ପଦାର୍ଥ । ପୂର୍ବରୁ ତେଲକୋଇ ବ୍ଲକରେ ସୁନା ଖଣି ମିଳିଥିବା ବେଳେ ଏବେ କ୍ରୋମାଇଟ୍ ଖଣିର ସନ୍ଧାନ ମିଳିଛି । ଓଡ଼ିଶା ଖଣି ଓ ଭୂତତ୍ତ୍ବ ବିଭାଗ ପକ୍ଷରୁ ତେଲକୋଇ ବ୍ଲକର ବଳଭଦ୍ରପୁର ପଞ୍ଚାୟତର ନିକଟସ୍ଥ ପାହାଡ଼ର ପଥରକୁ ପରୀକ୍ଷା କରାଯାଉଛି । ପଥର ଖଣ୍ଡରେ ନମ୍ବର ପକାଇ ସଂଗ୍ରହ କରାଯାଉଛି । 

ସୂଚନା ଅନୁଯାୟୀ, ଭୂତତ୍ତ୍ବ ବିଭାଗ ଅଧିକାରୀମାନେ ସପ୍ତାହେ ହେବ ଏଠାରେ ଯାଞ୍ଚ ଜାରି ରଖିଛନ୍ତି  । ଭୂତତ୍ତ୍ବ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏବେ ପଥର ନମୂନା ସଂଗ୍ରହ ଚାଲିଛି । ଯଦି କ୍ରୋମାଇଟ୍ ପ୍ରତିଶତ ଅଧିକ ଆସିବ, ତାହେଲେ ଆଗକୁ ସର୍ଭେ କାର୍ଯ୍ୟ ଆରମ୍ଭ ହେବ  । ମାଟି ତଳେ ସୁନା ପରେ କ୍ରୋମାଇଟ୍ ଥିବା ନେଇ ଖବର ପ୍ରଚାର ହେବା ପରେ ସ୍ଥାନୀୟ ବାସିନ୍ଦା ଖୁସିରେ ଆତ୍ମହରା ହୋଇଛନ୍ତି । ଆଗକୁ ଖଣି ଉତ୍ତୋଧନ କାର୍ଯ୍ୟ ଚାଲିଲେ  ବେକାର ଯୁବକ ଯୁବତୀଙ୍କୁ କାମଧନ୍ଦା ମିଳିବ ଏବଂ ତେଲକୋଇ ବ୍ଲକରେ ଦାଦନ ସମସ୍ୟା ସାମାଧାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.