ମହାରାଷ୍ଟ୍ରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ, ଗୃହ ମନ୍ତ୍ରଣାଳୟ ରଖିଲେ ଫଡନବିସ, ଜାଣନ୍ତୁ ସିନ୍ଦେ ଏବଂ ଅଜିତ୍ ପାୱାରଙ୍କୁ ମିଳିଲା କ’ଣ

Published By : Prameya-News7 Bureau | December 21, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି । ପୂର୍ବରୁ ଯେଉଁ ଅନୁମାନ କରାଯାଉଥିଲା, ବିଭାଗ ବଣ୍ଟନରେ ତାହା ଦେଖିବାକୁ ମିଳିଛି । ଦେବେନ୍ଦ୍ର ଫଡ଼ନବିସ ନିଜ ପାଖରେ ଗୃହ ବିଭାଗ ସହ ଆଇନ ମନ୍ତ୍ରଣାଳୟ ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ, ଆବାସ ଏବଂ ପୁର୍ତ୍ତ ବିଭାଗ ମିଳିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ଅର୍ଥ, ଯୋଜନା ଏବଂ ଉତ୍ପାଦ ଶୁକ୍ଳ ବିଭାଗ ମିଳିଛି । ବିଜେପି ପ୍ରଦେଶ ଅଧ୍ୟକ୍ଷ କଥା କ୍ୟାବିନେଟ୍ ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଲେଙ୍କୁ ରାଜସ୍ୱ ମନ୍ତ୍ରଣାଳୟ ମିଳିଛି ।


ମହାରାଷ୍ଟ୍ରରେ ମହାୟୁତିର ବିଜୟ ପରେ ଡିସେମ୍ୱର ୫ରେ ନୂଆ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଅଜିତ୍ ପାୱାର ଶପଥ ନେଇଥିଲେ । ତେବେ ଶପଥ ଗ୍ରହଣ ପରେ ବି କ୍ୟାବିନେଟ୍ ସଂପ୍ରସାରଣ ହୋଇଥିଲା । ଡିସେମ୍ୱର ୧୫ରେ କ୍ୟାବିନେଟ୍ ସଂପ୍ରସାରଣ କରିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ମହାୟୁତର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିରୁ ୩୩ ଜଣ କ୍ୟାବିନେଟ୍ ଏବଂ ୬ ଜଣ ରାଷ୍ଟ୍ର ମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ସରକାର ଏଥିରୁ ୨୮ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଥିବା ବେଳେ କିଛି ଜଣ ଏବେ ବି ବିଭାଗ ପାଇନାହାନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.