ଚେନ୍ନାଇ: ମନ୍ଦିର ହୁଣ୍ଡିରେ ଟଙ୍କା ଦାନ କଲା ବେଳେ ଭୁଲ୍ରେ ହାତରୁ ହୁଣ୍ଡିରେ ଖସି ପଡ଼ିଲା ଆଇଫୋନ୍। ହୁଣ୍ଡିରେ ଯାହା ପଡ଼ିଲା ତାହା ଠାକୁରଙ୍କର ସମ୍ପତ୍ତି କହି ବ୍ୟକ୍ତିଙ୍କୁ ଫେରାଇ ଦେଲେ ମନ୍ଦିର କର୍ତ୍ତୃପକ୍ଷ। ତେବେ ସିମ୍ କାଢ଼ିକି ଦେଇ ଦେଲେ। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସତ।
ବିନୟାଗପୁରମର ବାସିନ୍ଦା ଦୀନେଶ ଗତ ମାସରେ ଚେନ୍ନାଇ ନିକଟରେ ଅବସ୍ଥିତ ଥିରୁପୁରର ଅରୁଲମିଗୁ କାଣ୍ଡସ୍ୱାମୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ପୂଜା ପାଠ କରିବା ପରେ ମନ୍ଦିର ହୁଣ୍ଡିରେ ଦାନ ଦେବାକୁ ପକେଟ୍ରୁ ଟଙ୍କା କାଢ଼ୁ କାଢୁ ଟଙ୍କା ସହ ହାତରୁ ଆଇଫୋନ୍ ହୁଣ୍ଡି ଭିତରେ ଖସି ପଡ଼ିଥିଲା।
ଏହାପରେ ଦିନେଶ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଭେଟି ଘଟଣା ବିଷୟରେ ଜାଣାଇଥିଲେ। ହେଲେ ମନ୍ଦିର କର୍ତ୍ତୃପକ୍ଷ କହିଥିଲେ ଯେ ଆମର ନିୟମ ଅଛି ମନ୍ଦିର ହୁଣ୍ଡିରେ ଯାହା ପଡ଼ିବ ତାହା ଭଗବାନଙ୍କର ସମ୍ପତ୍ତି। ତେଣୁ ଫୋନ ଫେରାଯିବ ନାହିଁ। ଏହାପରେ ଦିନେଶ ହୁଣ୍ଡି ଖୋଲିବାକୁ ଅନୁରୋଧ କରିବାରୁ କର୍ତ୍ତୃପକ୍ଷ ମନା କରିବା ସହିତ ନିୟମ ଅନୁସାରେ ଦୁଇ ମାସରେ ହୁଣ୍ଡି ଖୋଲିବ ବୋଲି କହିଥିଲେ।
ଦୁଇ ମାସ ପରେ ହୁଣ୍ଡି ଖୋଲିବା ପରେ ଦିନେଶ ପୁଣିଥରେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ମୋବାଇଲ ଫେରାଇ ଦେବାକୁ ଅନୁରୋଧ କରିଥିଲେ। ହେଲେ କର୍ତ୍ତୃପକ୍ଷ କିନ୍ତୁ ମୋବାଇଲ ଫେରାଇ ଦେବାକୁ ମନା କରିଦେଇଥିଲେ। ଖାଲି ସିମ୍ କାଢି ଫେରାଇ ଦେଇଥିଲେ।
ନିରାଶ ଦିନେଶ ଥାନାରେ ମାମଲା ରୁଜୁ କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା। ଦିନେଶଙ୍କ ଅନେକ ପ୍ରୟାଶ ପରେ ତାଙ୍କୁ ତାଙ୍କ ଫୋନ୍ ମିଳି ନାହିଁ। ଘଟଣାକୁ ନେଇ ଦେଶରେ ଡିବେଟ୍ ଆରମ୍ଭ ହୋଇ ଯାଇଛି।