ମର୍ମନ୍ତୁଦ ଦୁର୍ଘଟଣା : ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଲା ବସ୍, ୩୮ ମୃତ

Published By : Prameya-News7 Bureau | December 22, 2024 IST

ମୁମ୍ଵାଇ ୨୨।୧୨; ବ୍ରାଜିଲରେ ଭୟଙ୍କର ସଡକ ଦୁର୍ଘଟଣା ।  ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ହେଲା ବସ୍‌ । ଧକ୍କା ପରେ ବସ୍‌ରେ ଲାଗିଲା ନିଆଁ। ବସ୍‌ଟି ରାଜଧାନୀ ସାଓ ପାଉଲୋରୁ ଯାତ୍ରୀଙ୍କୁ ନେଇ ଯାଉଥିଲା। ବସ୍‌ରେ ୪୫ରୁ ଅଧିକ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ଅତି କମରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି।ସେଥିରୁ ୧୩ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି  କରାଯାଇଛି। 

ସୂଚନାନୁସାରେ, ଦକ୍ଷିଣ-ପୂର୍ବ ବ୍ରାଜିଲର ମିନାସ୍ ଜେରାଇସରେ ଶନିବାର ଏହି ଦୁର୍ଘଟଣା ଘଟିଛି। ଏଠାରେ ବସ୍ ଏବଂ ଟ୍ରକ୍ ମଧ୍ୟରେ ଏକ ବଡ଼ ଧକ୍କା ହୋଇଥିଲା। BR-116 ରାଜପଥରେ ମିନାସ୍ ଜେରାଇସର ଟିଫିଲୋ ଓଟୋନି ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ପୀଡିତାଙ୍କୁ ସ୍ଥାନାନ୍ତର କରାଯିବା ପରେ ବସ୍ ଡ୍ରାଇଭରଙ୍କ ସମେତ ମୃତ୍ୟୁ ସଂଖ୍ୟା ୩୮ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଗ୍ନିଶମ ବାହିନୀ କହିଛନ୍ତି ଯେ ସେମାନେ କ୍ଷତିଗ୍ରସ୍ତ ବସ୍‌ରୁ ୧୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଏହି ସମୟରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସାଓ ପାଉଲୋରୁ ୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସ୍‌ର ଟାୟାର ଫାଟିଯିବା କାରଣରୁ ନିୟନ୍ତ୍ରଣ ହରାଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏନେଇ ଅଧିକାରୀ କହିଛନ୍ତି ଯେ ଫୋରେନସିକ୍ ଅନୁସନ୍ଧାନ ପରେ ହିଁ ଏହି ଦୁର୍ଘଟଣାର କାରଣ କ’ଣ ହେବ ତାହା ଜଣାପଡିବ। ରାଷ୍ଟ୍ରପତି ଲୁଇଜ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି। ଟ୍ୱିଟରରେ ଲେଖିଛନ୍ତି ଯେ, ମିନାସ୍ ଜେରାଇସର ଟିଫିଲୋ ଓଟୋନିରେ ଦୁର୍ଘଟଣାରେ ୩୦ ରୁ ଅଧିକ ପୀଡିତଙ୍କ ପରିବାରକୁ ମୁଁ ମୋର ଗଭୀର ସମବେଦନା ଓ ପ୍ରାର୍ଥନା କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.