ପରୀକ୍ଷା ଘୁଞ୍ଚାଇବାକୁ ପ୍ଲାନ୍; ସ୍କୁଲ ଛାତ୍ର ଦେଇଥିଲେ ଧମକପୂର୍ଣ୍ଣ ଇ-ମେଲ୍‌

Published By : Prameya-News7 Bureau | December 22, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୋମା ଧମକ ପଛରେ ସ୍କୁଲ ଛାତ୍ର । ଇ-ମେଲ ଜରିଆରେ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ଦେଇଥିଲା । ପରୀକ୍ଷା ଘୁଞ୍ଚାଇବା ପାଇଁ ଛାତ୍ରମାନେ ଏପରି ଧମକପୂର୍ଣ୍ଣ ଇ-ମେଲ ଦେଇଥିଲେ । ଦିଲ୍ଲୀ ୩ଟି ସ୍କୁଲକୁ ବୋମା ଧମକ ଦେଇଥିବା ଦିଲ୍ଲୀ ପୋଲିସ ଖୁଲାସା କରିଛି । 

ସୂଚନା ଅନୁଯାୟୀ, ଦିଲ୍ଲୀର ଅଧିକାଂଶ ସ୍କୁଲକୁ ବୋମା ଧମକ ଆସୁଛି । ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଉଛି । ଏହାକୁ ନେଇ ପୋଲିସ ଛାନଭିନ କରିବା ସହିତ ଇ-ମେଲ କେଉଁଠୁ ଆସିଥିଲା ତା’ର ତଦନ୍ତ କରିଥିଲା । ତେବେ ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି, ଯେ ଧମକପୂର୍ଣ୍ଣ ଇ-ମେଲ୍ କୌଣସି ବାହାର ଲୋକ ଦେଇ ନାହାନ୍ତି, ବରଂ କିଛି ସ୍କୁଲ ଛାତ୍ର ପରୀକ୍ଷା ଘୁଞ୍ଚାଇବାକୁ ଏଭଳି ଯୋଜନା କରିଥିଲେ । ଇ-ମେଲ୍ ଜରିଆ ଧମକ ସେମାନେ ଭେଙ୍କଟଶ୍ବର ଗ୍ଲୋବାଲ ସ୍କୁଲ ଦେଇଥିଲେ । ନଭେମ୍ବର ୨୮ ତାରିଖରେ ଦିଲ୍ଲୀର ରୋହିଣୀ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ପିଭିଆର୍ ମଲ୍ଟିପ୍ଲେକ୍ସରେ ରହସ୍ୟମୟ ବିସ୍ଫୋରଣ ହେବାର ଗୋଟିଏ ଦିନ ପରେ ଧମକ ମିଳିଥିଲା ।  ଜଣେ ପୋଲିସ ଅଧିକାରୀ କହିଛନ୍ତି, ଭେଙ୍କଟଶ୍ବର ଗ୍ଲୋବାଲ୍ ସ୍କୁଲରେ ପଢ଼ୁଥିବା ଦୁଇ ଭାଇ-ଭଉଣୀ ଏଭଳି ଇ-ମେଲ ପଠାଇଥିଲେ । ଏହା ସହିତ ପଶ୍ଚିମ ବିହାର ସ୍ଥିତ ଅନ୍ୟ ଦୁଇ ସ୍କୁଲକୁ ମଧ୍ୟ ବୋମା ଧମକ ଦେଇଥିଲେ । କାରଣ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଚାହୁଁଥିଲେ । ପଚରାଉଚରା ବେଳେ ପୋଲିସ ତାଙ୍କ ପିତା-ମାତାଙ୍କୁ ଚେତାବନୀ ଦେଇ ପିଲାଙ୍କୁ ଛାଡ଼ି ଦେଇଛି । 

ରାଜଧାନୀ ଦିଲ୍ଲୀର ଅଧିକାଂଶ ସ୍କୁଲକୁ ବାରମ୍ବାର ବୋମା ଧମକ ଆସୁଛି । ଗତ ୧୧ ଦିନରେ ପ୍ରାୟ ୧୦୦ରୁ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏହି ଇ-ମେଲ ଭର୍ଚ୍ୟୁଆଲ୍ ପ୍ରାଇଭେଟ୍ ନେଟଓ୍ବର୍କରୁ ଆସିଥିବା କୁହାଯାଇଛି । ଯାହା ଫଳରେ ବିଦ୍ୟାଳୟ ଏବଂ ସ୍ଥାନୀୟ ଅଞ୍ଚଳରେ ଭୟର ବତାବରଣ ଖେଳିଯାଇଥିଲା ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.