ଟିମ୍ ଇଣ୍ଡିଆକୁ ବଡ଼ ଝଟକା ! ଅଭ୍ୟାସ ବେଳେ ଦୁଇ ସିନିୟର ଖେଳାଳି ଆହତ

Published By : Prameya-News7 Bureau | December 22, 2024 IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର-ଗାଭାସ୍କର ଟ୍ରଫି । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ତିନୋଟି ମ୍ୟାଚ୍ ଶେଷ ହୋଇଥିବା ବେଳେ ୨ଟି ମ୍ୟାଚ୍ ବାକି ରହିଛି । ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଥିବା ବେଳେ ତୃତୀୟ ଟେଷ୍ଟ ଡ୍ର’ ହୋଇଛି । ତେବେ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ଆସନ୍ତା ୨୬ ତାରିଖରେ ଏମସିଜି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ମାତ୍ର ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର । ଏମସିଜିରେ ଅଭ୍ୟାସ ବେଳେ ଆହତ ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଓପନର କେଏଲ ରାହୁଲ । 


ରବିବାର ପ୍ରାକ୍ଟିସ୍ ବେଳେ ରୋହିତଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିବା ଜଣାପଡ଼ିଛି । ସେ ଆହତ ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଦଳର ଦୁଇ ସିନିୟର ଖେଳାଳି ଆହତ ହେବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଆହତ କେତେ ଗମ୍ଭୀର ତାହା ଜଣାପଡିନାହିଁ । ୨୬ ତାରିଖରୁ ଆରମ୍ଭ ହେଉଥିବା ବକ୍ସିଂ ଡେ’ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଝଟକା ଲାଗି ପାରେ ବୋଲି କୁହାଯାଉଛି । ରୋହିତ୍ ଏବଂ ରାହୁଲ ଏମସିଜି ଟେଷ୍ଟ ନଖେଳିଲେ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଏବଂ ଅଭିମନ୍ୟୁ ଇଶ୍ବରନଙ୍କୁ ସୁଯୋଗ ମିଳିପାରେ । ଘରୋଇ କ୍ରିକେଟରେ ଏହି ଖେଳାଳି ଲଗାତାର ରନ କରିଛନ୍ତି । ତାଙ୍କୁ ଡେବ୍ୟୁର ସୁଯୋଗ ମିଳିନାହିଁ । ସେହିପରି ରୋହିତଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଖେଳିବା ନେଇ ଏକମାତ୍ର ବିକଳ୍ପ ଅଛି । ସେ ୧୦୧ ଫାଷ୍ଟ କ୍ଲାସ ମ୍ୟାଚରେ ୭୬୭୪ରନ କରିଛନ୍ତି । ସେଥିରେ ୨୭ ଶତକ ଓ ୨୯ ଅର୍ଦ୍ଧଶିତକ ସାମିଲ ଅଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.