ଜୟପୁର ୨୨।୧୨: କୋରାପୁଟ ଜିଲ୍ଲାରେ ଲାଗି ରହିଥିବା ଧାନ ମଣ୍ଡିରେ ଅଚଳାବସ୍ଥାକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଲଟିମେଟମ୍ । ଆସନ୍ତା ୨୫ ତାରିଖ ସୁଦ୍ଧା ଜିଲ୍ଲାରୁ ଧାନ ନଉଠିଲେ ୨୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବ କୋରାପୁଟ ଜିଲ୍ଲା ବନ୍ଦ । ବିନା କଟନୀ ଛଟନୀରେ ଧାନ ଉଠାଇବା ପାଇଁ ତାରାଙ୍କ ଦାବି। କୋରାପୁଟ ଜିଲ୍ଲାରେ ଗତ ୧୧ ତାରିଖ ଠାରୁ ମଣ୍ଡି ଆରମ୍ଭ ହୋଇଥିଲେ ବି ମଣ୍ଡିରୁ ଧାନ ଉଠୁନି । ଧାନର FAQ ମାନକୁ ନେଇ ଅଚଳାବସ୍ଥା ଲାଗି ରହିଛି । ଅଧିକାଂଶ ମଣ୍ଡିରେ FAQ ମାନ ଯାଞ୍ଚ ପାଇଁ ଆବଶ୍ୟକ ଯନ୍ତ୍ରପାତି ନଥିବା ଅଭିଯୋଗ କରିଛନ୍ତି ତାରା । ସେହିପରି ଜିଲ୍ଲାରେ ଲାଗିରହିଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ଧାନର ମାନ ନଷ୍ଟ ହେଉଛି । ଅଧିକାଂଶ ମଣ୍ଡିରେ ଏବେ ବି ସିସିଟିଭି ଲାଗିନି ।
ସେହିପରି ସମ୍ବଲପୁରର ମଣ୍ଡିରେ ଅନିୟମିତତା ନେଇ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି । ସେ କହିଛନ୍ତି, ଏହା ସାଂଘାତିକ ଅନିୟମିତତା ଓ ଦୁର୍ନୀତି । ମଣ୍ଡିକୁ ଧାନ ଗାଡି ଯାଉଛି କିନ୍ତୁ ଧାନ ବସ୍ତା ନ ଓହ୍ଲାଇ ଧାନ ଟ୍ରକ୍ ସିଧା ମିଲ୍କୁ ଯାଉଛି । ଏହାର ବି ତଦନ୍ତ ହେବା ଦରକାର ।
You Can Read:
ଶିମିଳିପାଳ ଲ୍ୟାଣ୍ଡସ୍କେପ୍ରେ ସୁସ୍ଥ ଅଛି ‘ଯମୁନା’, ପଶ୍ଚିମବଙ୍ଗରୁ ଟ୍ରାଙ୍କୁଲାଇଜ୍ କରି ‘ଜିନ୍ନତ୍’କୁ ଅଣାଯିବ