ଶିମିଳିପାଳ ଲ୍ୟାଣ୍ଡସ୍କେପ୍‌ରେ ସୁସ୍ଥ ଅଛି ‘ଯମୁନା’, ପଶ୍ଚିମବଙ୍ଗରୁ ଟ୍ରାଙ୍କୁଲାଇଜ୍ କରି ‘ଜିନ୍ନତ୍’କୁ ଅଣାଯିବ

Published By : Prameya-News7 Bureau | December 22, 2024 IST

ବାରିପଦା ୨୨।୧୨: ଶିମିଳିପାଳକୁ ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀଙ୍କ ସମ୍ପର୍କରେ ତଥ୍ୟ ଦେଲା STR । ଦୁଇ ବାଘୁଣୀ ଏବେ ବିପରୀତ ଦିଗରେ । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦୁଇ ବାଘୁଣୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଭାବେ ବୁଲାବୁଲି କରୁଛନ୍ତି । ଯମୁନା ଏବେବି ଶିମିଳିପାଳ ଲ୍ୟାଣ୍ଡସ୍କେପ୍ ଅର୍ଥାତ କୂଳଡିହା ଓ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରୁଥିବା ବେଳେ ଜୀନ୍ନତ୍ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଳରେ ରହିଛି । ତେଣୁ ଜିନ୍ନତ୍ ଉପରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କଡ଼ା ନଜର ରଖିଛନ୍ତି । ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗୀନେନି । 

ଜିନ୍ନତ୍କୁ ନେଇ ଗତ ୧୫ ଦିନ ହେଲାଣି ଚିନ୍ତାରେ ଅଛନ୍ତି ୩ ରାଜ୍ୟର ବନ ବିଭାଗ । ବର୍ତ୍ତମାନ ପଶ୍ଚିମବଙ୍ଗରେ ମଧ୍ୟ ଝାଡ଼ଖଣ୍ଡ ଭଳି ଭୟର ବାତାବରଣ ରହିଛି । ପର୍ଯ୍ୟଟନ ଋତୁରେ ବାଘ ଆତଙ୍କ ଲାଗି ଝାଡ଼ଗ୍ରାମ ଜଙ୍ଗଲ ଅଞ୍ଚଳର ସମସ୍ତ ପିକନିକ୍ ସ୍ପଟ୍‌କୁ ବନ୍ଦ ରଖିଛି ସ୍ଥାନୀୟ ପ୍ରଶାସନ । ତେଣୁ ପରିସ୍ଥିତିକୁ ନଜରରେ ରଖି ଏକ ସ୍ବତନ୍ତ୍ର ଦଳ ଜିନ୍ନତ୍‌ର ଗତିବିଧିକୁ ଟ୍ରାକିଂ କରୁଛନ୍ତି । ସୁଯୋଗ ପାଇବା ମାତ୍ର ତାକୁ ନିଶ୍ଚେତକ ଦେଇ ପୁଣି ଶିମିଳିପାଳ ଫେରାଇ ଅଣାଯିବ ବୋଲି STR ପକ୍ଷରୁ ସୂଚନା ମିଳିଛି ।

You Can Read:

ମାଲିକଙ୍କ ଗଣ୍ଡଗୋଳ ପରେ କାର୍ ଲଢ଼େଇ, ମୁହାଁମୁହିଁ ଧକ୍କା ହେଲା ଦୁଇ କାର୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.