ମାଲିକଙ୍କ ଗଣ୍ଡଗୋଳ ପରେ କାର୍ ଲଢ଼େଇ, ମୁହାଁମୁହିଁ ଧକ୍କା ହେଲା ଦୁଇ କାର୍

Published By : Prameya-News7 Bureau | December 22, 2024 IST

ସମ୍ବଲପୁର ୨୨।୧୨: ଆପଣ ମେଣ୍ଢା ଲଢ଼େଇ କଥା ଶୁଣିଥିବେ । ମାଲିକଙ୍କ ସ୍ୱାର୍ଥ ପାଇଁ ରକ୍ତାକ୍ତ ହେବା ପର୍ଯ୍ୟନ୍ତ ମେଣ୍ଢାମାନେ ଲଢ଼େଇ କରନ୍ତି । କିନ୍ତୁ ମାଲିକଙ୍କ ସ୍ୱାର୍ଥ ଓ ରାଗ ହେତୁ କାର୍‌କୁ କାର୍ ଲଢ଼େଇ କରିବା ହୁଏତ ଶୁଣି ନଥିବେ । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ହୀରାକୁଦ-ରେମେଡ଼ ରାସ୍ତାରେ । 

ଦୁଇ ଗାଡ଼ି ଚାଳକ ଯୁକ୍ତି ତର୍କ ହୋଇ ଜାଣିଜାଣି କାର୍ ମୁହାଁମୁହିଁ ଧକ୍କା କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ରେମେଡ଼ ଛକରେ ହୀରାକୁଦର ଜଣେ ଠିକାଦାରଙ୍କ ଅନ୍ୟ ଜଣେ ବ୍ୟକ୍ତି ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପାଟିତୁଣ୍ଡ ପରେ ହୀରାକୁଦର ଠିକାଦାର ଜଣକ ନିଜ ଘରକୁ ଫେରି ଯାଇଥିଲେ ହେଁ ତାଙ୍କ ରାଗ ଶାନ୍ତ ହୋଇ ନଥିଲା । କିଛି ସମୟ ପରେ ଦ୍ଵିତୀୟ ବ୍ୟକ୍ତି ଜଣକ ଏକ କାର୍ ନେଇ ଫେରୁଥିବା ସୂଚନା ପାଇ ଜାଣିଜାଣି ନିଜ କାର୍‌କୁ ନେଇ ମୁହାଁମୁହିଁ ଧକ୍କା କରିଥିଲେ । ଏହାପରେ ରାସ୍ତା ଉପରେ ପୁଣି ପାଟିତୁଣ୍ଡ ହୋଇଥିଲା । ହୀରାକୁଦ ପୋଲିସ ପହଞ୍ଚି ଦୁଇ ଗାଡ଼ିକୁ ଥାନାକୁ ନେବା ସହିତ ଉଭୟଙ୍କୁ ଶାନ୍ତ କରିଛି ।

You Can Read:

ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ କ୍ଷୟକ୍ଷତି ପ୍ରଦାନ କରାଯିବ : ରାଜସ୍ବ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.