ସମ୍ବଲପୁର ମାନାପୁରମ ଶାଖାରୁ ସୁନା ଲୁଟ୍ ଘଟଣା, ୩ଦିନ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ

Published By : Prameya-News7 Bureau | January 17, 2025 IST

ସମ୍ବଲପୁର୧୭/୧:  ମାନାପୁରମ ଗୋଲ୍ଡ ଲୋନ୍‌ ଶାଖାରୁ ସୁନା ଲୁଟ୍‌ ଘଟଣା । ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ ଅଜୟ ପାଶୱାନ ଓ ପଙ୍କଜ ପାଶୱାନ । ଉଭୟଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ଗତ ୪ ତାରିଖ ସକାଳୁ ଅଫିସ ଖୋଲିବା ପରେ ମାନାପୁରମ ଶାଖାରେ ପଶିଥିଲେ ୧୦ ଦୁର୍ବୃତ୍ତ । କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ତାପରେ ଲୁଟ୍‌ କରିଥିଲେ । ପ୍ରାୟ ୩୦କୋଜି ସୁନା ଓ ନଗଦ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ୪ଟି ଟିମ୍‌ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ରାଜ୍ୟ ବାହାରେ ମଧ୍ୟ ଛାନ୍‌ଭିନ୍‌ ଚଳାଇଥିଲା ପୋଲିସ । 

୧୨ ଦିନ ତଳେ ଅର୍ଥାତ ଗତ ୫ ତାରିଖରେ ସାମ୍ନାକୁ ଆସିଥିଲା ଲୁଟ୍‌ ବେଳର ସିସିଟିଭି ଫୁଟେଜ । ଏଥିରେ ଲୁଟ୍‌ କରିସାରି ଲୁଟେରାମାନେ ଫେରାର ହେଉଥିବାରୁ ଭିଜୁଆଲ କଏଦ ହୋଇଥିଲା । ସ୍ପଷ୍ଟ ଭାବରେ ଜଣାପଡୁଥିଲା ଜଣେ ଲୁଟେରା ବାଇକରେ ଅପେକ୍ଷା କରିଥିବାବେଳେ ବ୍ୟାଗ ଭର୍ତ୍ତି ସୁନା ନେଇ ଆସିଥିଲେ ଅନ୍ୟ ଲୁଟେରା । ସୁନା ନେଇ ବାଇକରେ ୨ ଜଣ ପଳାଇଥିବାବେଳେ ଅନ୍ୟମାନେ ଅଲଗା ପଳାଇଥିଲେ । । 

You Can Also Read

ରାତି ଅଧରେ ମହିଳା କନଷ୍ଟେବଳଙ୍କୁ ପ୍ରେମ ନିବେଦନ କଲେ ଆଇଆଇସି, ଏସପିଙ୍କ ପାଖରେ ପହଞ୍ଚିଲା ମାମଲା

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.