ମୁମ୍ୱାଇ୨୨/୦୨: ବିବାଦ-ବଲିଉଡ୍-ଉଦିତ୍ । ଜୀବନର ଅଡୁଆ ସୁତାରେ ଛନ୍ଦି ହୋଇପଡିଛନ୍ତି । ଦିନକୁ ଦିନ ବଢିଚାଲିଛି ଅଭିଯୋଗର ଲମ୍ୱା ଫର୍ଦ । କନସର୍ଟରେ ଯୁବତୀଙ୍କୁ କିସ୍ କରିବା ଚର୍ଚ୍ଚା ଥମିନଥିବାବେଳେ ତୀବ୍ର ହୋଇଛି ପାରିବାରିକ ବିବାଦ । ପୁଣି ମୁଣ୍ଡ ଟେକିଛି ପାରିବାରିକ କଳହ । ଦୀର୍ଘ ବର୍ଷ ପରେ ସ୍ତ୍ରୀର ଅଧିକାର ଦାବି କରିଛନ୍ତି ପ୍ରଥମ ପତ୍ନୀ । ଟାଣିଆଣିଛନ୍ତି କୋର୍ଟର କାଠଗଡାକୁ । ଅଭିଯୋଗ ଆଜିଯାଏଁ ମିଳିନି ପତ୍ନୀର ଅଧିକାର । ହେଲେ କାହିଁକି ଏତେ ଦିନ ପରେ ଏମିତି ଦାବି…ସୋସିଆଲ ମିଡିଆରେ ଚର୍ଚ୍ଚା ଉଦିତ୍ଙ୍କୁ ପ୍ରେମ ଅଡୁଆ ।
ସଂଗୀନ ଅଭିଯୋଗ ପରେ ସୁପୌଲ କୋର୍ଟରେ ହାଜର ହୋଇଥିଲେ ଉଦିତ୍ । ୨୦୨୨ ମସିହାରେ ଦାଖଲ ହୋଇଥିଲା ଅଭିଯୋଗ । ପ୍ରଥମ ପତ୍ନୀ ରଞ୍ଜନା ନାରାୟଣ ଝା ଦାୟର କରିଥିଲେ, ମାମଲା । କୋର୍ଟରେ ହାଜର ହେବା ପରେ ରଞ୍ଜନା କହିଥିଲେ ଯେ ଉଦିତ ନାରାୟଣ ଆପୋଷ କରିବାକୁ ମନା କରିଛନ୍ତି । ଆଗକୁ ବି ସେ ମାମଲା ଲଢ଼ିବେ ବୋଲି କହିଛନ୍ତି। ରଞ୍ଜନାଙ୍କ କହିବା କଥା ଏବେ ମୋର ବାର୍ଦ୍ଧକ୍ୟ ଆସିଲାଣି । ବୟସ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସ୍ୱାମୀଙ୍କ ସାହାରା ଦରକାର । ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ମୁମ୍ବାଇରେ ଉଦିତ ନାରାୟଣଙ୍କୁ ଭେଟିବାକୁ ଯାଆନ୍ତି, ତାଙ୍କ ପଛରେ ଗୁଣ୍ଡା ପଠାଯାଏ। ଆଉ ଏହି ବୟାନ ପରେ ବି-ଟାଉନରେ ଜୋଦରଦା ଚର୍ଚ୍ଚା ।
କିଛି ଦିନ ତଳେ ଟ୍ରୋଲର ଶିକାର ହୋଇଥିଲେ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା କିସିଂ ଭିଡିଓ । ଲାଇଭ୍ କନସର୍ଟର, ଉଦିତ୍ ଗାଉଥିଲେ ହିଟ୍ ଗୀତ 'ଟିପ୍ ଟିପ୍ ବରସା ପାନି' । ଏତିକିବେଳେ ଜଣେ ମହିଳା ଫ୍ୟାନ୍ସଙ୍କୁ କିସ୍ କରୁଥିବା ନଜର ଆସିଥିଲେ । ଯାହା ପରେ ଉଦିତ ନାରାୟଣଙ୍କ ଏହି ହରକତକୁ ପସନ୍ଦ କରିନଥିଲେ ଦର୍ଶକ । ଅନେକ ୟୁଜର୍ସ ଓ ନେଟିଜେନ୍ସ ନିରାଶା ମଧ୍ୟ ହୋଇଥିଲେ । ତେବେ ଉଦିତ୍ ପ୍ରତିକ୍ରିୟା ଦେଇ କହିଥିଲେ, ପ୍ରଶଂସକଙ୍କୁ ମୁଁ ବହୁତ ଭଲ ପାଏ । ସେମାନେ ମଧ୍ୟ ମୋତେ ଖୁବ୍ ଭଲ ପାଆନ୍ତି। ତେଣୁ ପ୍ରଶଂସକଙ୍କୁ ଚୁମ୍ବନ ଦେବାରେ କିଛି ଅସୁବିଧା ନାହିଁ।
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରି ଆସୁଛନ୍ତି ଉଦିତ୍ । ନେପାଳ ରେଡିଓରୁ କ୍ୟାରିଅର ଆରମ୍ଭ କରିଥିଲେ ସେ । ୧୯୮୦ ମସିହାରେ"ଉନ୍ନି-ବିଜ୍"ଚଳଚ୍ଚିତ୍ର ଜରିଆରେକ୍ୟାରିୟର ଆରମ୍ଭ କରିଥିଲେ ଉଦିତ୍ । ଚଳଚ୍ଚିତ୍ରରେ ସେ ସଂଗୀତ ଜଗତର କିମ୍ବଦନ୍ତୀ ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଥିଲେ । ତାଙ୍କୁ ପ୍ରକୃତ ପରିଚୟ ଦେଇଥିଲା୧୯୮୮ ମସିହାରେ ଆସିଥିବା ଚଳଚ୍ଚିତ୍ର 'କୟାମତ ସେ କୟାମତ ତକ୍' । 'ପାପା କେହତେ ହେଁ', 'ଅକେଲେ ହେଁ' ଭଳି ଗୀତ ଗାଇଥିଲେ ଯାହା ଥିଲା ବେଶ୍ ଲୋକପ୍ରିୟ । କେବଳ ବଲିଉଡ଼ ନୁହଁ ଓଡ଼ିଆରେ ବି ନିଜ କଣ୍ଠଯାଦୁ ଦେଖାଇଛନ୍ତି ସେ । ତେବେ ଯେତିକି ଫେମସ ସେ ତାଙ୍କ ଗୀତ ପାଇଁ ସେତିକି ବିବାଦୀୟ ଚରିତ୍ର ପାଇଁ ।