ମୁମ୍ଵାଇ ୨୧।୦୨; ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ରେ ବିବାଦୀୟ ମନ୍ତବ୍ୟ ପାଇଁ ଆଲ୍ଲାହାବାଦିଆ ବିବାଦରେ ଅଛନ୍ତି । ତାଙ୍କ ଭିଡିଓ ଭାଇରାଲ ହେବା ପରେ, ଏହି ଶୋ’କୁ ଆସିଥିବା ଲୋକଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଏହି ଶୋ’ରେ ଜଜ୍ ଭାବରେ ଆସିଥିବା ରାକ୍ଷୀ ସାୱନ୍ତଙ୍କୁ ମଧ୍ୟ ମହାରାଷ୍ଟ୍ର ସାଇବର ସେଲ୍ ସମନ ପଠାଇଛି। ରାକ୍ଷୀ ସାୱନ୍ତଙ୍କୁ ଏପ୍ରିଲ ୨୭ ତାରିଖରେ ହାଜର ହେବାକୁ ପଡିବ। ରାକ୍ଷୀ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ମଧ୍ୟ ବିଚାରକ ଭାବରେ ନଜର ଆସିଛନ୍ତି। ହେଲେ ରାକ୍ଷୀଙ୍କ ଏପିସୋଡ୍ ବହୁତ ଭାଇରାଲ ହୋଇଥିଲା। ତାଙ୍କର ଛୋଟ ଭିଡିଓ କ୍ଲିପ୍ ଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା।
ସମୟଙ୍କୁ କରିଥିଲେ ସପୋର୍ଟ
ଆଲ୍ଲାହାବାଦିଆଙ୍କ ଅଶ୍ଳୀଳ ମନ୍ତବ୍ୟର ବିବାଦ ପରେ, ସମୟଙ୍କୁ ମଧ୍ୟ ବହୁତ ଟ୍ରୋଲ କରାଯାଇଥିଲା । ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଦାୟର ହୋଇଥିଲା। ତା'ପରେ ରାକ୍ଷୀ ସମୟଙ୍କୁ ସମର୍ଥନ କରିଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ - ଜଣେ ବ୍ୟକ୍ତି ଭୁଲ କଲେ କିନ୍ତୁ ଅନ୍ୟମାନଙ୍କୁ କାହିଁକି ଟାର୍ଗେଟ କରାଯାଉଛି? ରଣବୀର ଭୁଲ କହିଛନ୍ତି । ମୁଁ ମଧ୍ୟ ସହମତ ଯେ ସେ ଭୁଲ ଥିଲେ। କିନ୍ତୁ ସମୟଙ୍କ ଉପରେ କାହିଁକି ଟାର୍ଗେଟ୍ କରାଯାଉଛି । ସେ କଣ କଲେ ?
ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଉପରେ ଚାଲିଥିବା ବିବାଦରେ ଅଭିଯୁକ୍ତ ରଣବୀର ଆଲ୍ଲାହାବାଦିଆ, ଅପୂର୍ବ ମାଖୀଜା ଏବଂ ସମୟ ରାଇନା ମହାରାଷ୍ଟ୍ର ସାଇବର ସହିତ ଯୋଗାଯୋଗରେ ଅଛନ୍ତି। ଶୁକ୍ରବାର ତାଙ୍କର ବୟାନ ରେକର୍ଡ କରାଯିବ। ସେ ତାଙ୍କର ବୟାନ ରେକର୍ଡ କରିବା ପାଇଁ ମହାରାଷ୍ଟ୍ର ସାଇବର ଅଫିସ ଯିବେ। ସେମାନେ ସମସ୍ତେ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସମୟରେ ଆସି ସେମାନଙ୍କର ବୟାନ ରେକର୍ଡ କରିବେ।