ମୁମ୍ଵାଇ ୨୧।୦୨; ମ୍ୟୁଜିକ୍ କମ୍ପୋଜର ବିଶାଳ ଦଦଲାନି । ବର୍ତ୍ତମାନ ସେ ୟୁପିର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଏନେଇ ସେ କହିଛନ୍ତି, ଯଦି ଯୋଗୀ ଦାବି କରୁଛନ୍ତି କି, ମହାକୁମ୍ଭର ଜଳ ପିଇବା ଯୋଗ୍ୟ ତ ସେ ନିଜେ ପିଇ କରି ଦେଖାନ୍ତୁ। କହିବାକୁ ଗଲେ ସଙ୍ଗମ ଜଳରେ ବହୁ ମାତ୍ରାରେ ମଇଳାର ବ୍ୟାକ୍ଟେରିଆ ଥିବାର ଖବର ଆସି ଥିଲା। ଏହା ଉପରେ ଆଦିତ୍ୟନାଥଙ୍କର କହିବା ଥିଲା କି, ଲୋକେ ମିଛ କଥା ପ୍ରଚାର କରୁଛନ୍ତି। ଜଳରେ ସ୍ନାନ କରିବା ଓ ପିଇବା ଯୋଗ୍ୟ।
ଜଳକୁ ନିଜେ ପିଇ ଦେଖାଅ
ମହାକୁମ୍ଭରେ ସଙ୍ଗମର ଜଳରେ ହାନିକାରକ ବ୍ୟାକ୍ଟେରିଆର ରିପୋର୍ଟ ଆସିବା ପରେ ୟୁପିର ସିଏମ୍ ଏହି କଥାକୁ ଖଣ୍ଡନ କରିଛନ୍ତି। ଏବେ ବିଶାଳ ଦଦଲାନୀ ସେହି ଖବରର ସ୍କ୍ରିନଶଟ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲଗାଇ ଆଦିତ୍ୟନାଥଙ୍କୁ ମେସେଜ୍ ଲେଖିଛନ୍ତି। ବିଶାଳ କହିଛନ୍ତି କି, ସାର୍ , ଘୃଣା କରୁଥିବା ଲୋକଙ୍କର ଚିନ୍ତା କର ନାହିଁ। ଆମେ ଆପଣଙ୍କୁ ବିଶ୍ୱାସ କରୁଛୁ। ପ୍ଲିଜ୍ ସେଠାକୁ ଯାଇ , ନଦୀର ପାଣିକୁ ପିଅନ୍ତୁ କ୍ୟାମେରା ସାମ୍ନାରେ ପିଅନ୍ତୁ।
ବିଶାଲ ଦଦଲାନିଙ୍କ ଦ୍ୱାରା ସେୟାର କରାଯାଇଥିବା ରିପୋର୍ଟରେ ଲେଖାଯାଇଥିଲା, 'ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରିଛନ୍ତି ଯେ ମହାକୁମ୍ଭର ପାଣି ପିଇବା ଯୋଗ୍ୟ, ଏଥିରେ ନର୍ଦ୍ଦମା ପାଣି ମିଶିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି।' ସଙ୍ଗମର ପାଣିରେ ନର୍ଦ୍ଦମା ପାଣି ମିଶିବା ରିପୋର୍ଟ ଆସିବା ମାତ୍ରେ ଲୋକମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ, ଯାହା ପରେ ଯୋଗୀ ଆଦିତ୍ୟନାଥ ଗୃହରେ ଏହାର ଉତ୍ତର ଦେଇ କହିଥିଲେ ଯେ ଘୃଣ୍ୟ ଲୋକମାନେ ମହାକୁମ୍ଭ ବିଷୟରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି। ୟୁପି ପ୍ରଦୂଷଣ ନିୟନ୍ତ୍ରଣ ସେଠାରେ ପାଣିର ଗୁଣବତ୍ତା ବଜାୟ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।